ବିଶୃଙ୍ଖଳିତ ଆଚରଣ ପାଇଁ ୪ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ନୟାଗଡ ଏସପି ।

ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଜିଲ୍ଲାର ୪ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ନୟାଗଡ ଏସପି । ୩୧ ତାରିଖ ଦିନ ରାତିରେ ନୟାଗଡ ତ୍ରିନାଥ ବଜାର ରାସ୍ତା ଉପରେ ପୋଲିସ ସଂଘର ଦୁଇ ଗୋଷ୍ଠୀର କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ଏକ କାଡ ଛପାକୁ କେନ୍ଦ୍ର କରି ଯୁକ୍ତି ତର୍କ ଆରମ୍ଭ ହୋଇଥିଲା। ପରେ ଉଭୟ ଉଭୟଙ୍କ ମଧ୍ୟରେ ମାଡ଼ପିଟ ମଧ୍ଯ ହୋଇଥଲା। ଉଭୟଙ୍କ ପକ୍ଷରୁ ନୟାଗଡ ଟାଉନ ଥାନାରେ ଏତଲା ଦିଆଯାଇଛି ।

ଏନେଇ କର୍ତ୍ତବ୍ୟରେ ଅବହେଳା ଆଚରଣ ପାଇଁ ନୟାଗଡ଼ ରିଝର୍ଭ ର ୪ ଜଣ ପୋଲିସ କର୍ମଚାରୀଙ୍କୁ ନୟାଗଡ଼ SP ଏସ ସୁଶ୍ରୀ ନିଲମ୍ୱିତ କରିଛନ୍ତି। ନିଲମ୍ବିତ ପୋଲିସ କର୍ମଚାରୀ ମାନେ ହେଲେ ଦିଲ୍ଲୀପ ବେହେରା, ମୁନା ବେହେରା, ସଞ୍ଜୟ ମହାପାତ୍ର, ଦୁର୍ଗା ମାଧବ ଦୋରା। ଏ ନେ଼ଇ ନୟାଗଡ ଏସପି ସୂଚନା ଦେଇଛନ୍ତି।

You might also like