ମାର୍ଚ୍ଚ 21ବିଶ୍ୱ କବିତା ଦିବସ, ଏହିଅବସର ରେ ନୟାଗଡ଼ ର ସମସ୍ତ ସାହିତ୍ୟ ଅନୁଷ୍ଠାନ ର ଆବାହକତ୍ବ ରେ ବିଶିଷ୍ଟ କବୟତ୍ରୀ ତଥା ଧୁରୀଣା ଶିକ୍ଷାବିତ ଡ଼. ସୁକାନ୍ତି ମହାନ୍ତି ତଥା ବାର୍ଷଭାନବୀର ଲେଖକ ସ୍ୱର୍ଗତ ପଣ୍ଡିତ ଚନ୍ଦ୍ର ମଣି ପ୍ରଧାନ ଙ୍କ ବାସ ଭଵନ, “ଚନ୍ଦ୍ର କାନ୍ତି ନିଳୟ ଇଟାମାଟି ଠାରେ ବିଶିଷ୍ଟ ସାହିତ୍ୟ ଅନୁରାଗୀ ପ୍ରମୋଦ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ଜିଲ୍ଲା ସ୍ତରୀୟ କବିତା ଆସର ଆୟୋଜିତ ହୋଇଥିଲା,ଏପରିକି ଖୋର୍ଦ୍ଧା ଜିଲ୍ଲା ର ବୋଲଗଡ଼ ଓ ବେଗୁନିଆ ବ୍ଳକ ରୁ ଅନେକ କବି, କବୟତ୍ରି ଯୋଗ ଦେଇ କବିତା ପାଠ ଓ ଅଣୁ ଗଳ୍ପ ପଠନ କରିଥିଲେ,,

ନିର୍ମଳ ଚନ୍ଦ୍ର ସୁରଦେଓ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟତ୍ରୀ ବସିରନ ବିବି, କବି ଗୋଦାବରୀଶ ମିଶ୍ର ପ୍ରମୁଖ ଅତିଥି ଭାବ ରେ ଯୋଗ ଦେଇ ଥିଲେ,ସେହିପରି କବି ଗୋଲଖ ବିହାରୀ ନାୟକ, କବି ଦାମୋଦର ସାହୁ, କବି ସୁଦର୍ଶନ ପ୍ରଧାନ, କବି ନିରାକାର ସ୍ୱାଇଁ, କବି ଗୋଦାବରୀ ବସନ୍ତିଆ, କବି ଅନୁବାଦକ ଗୁଣ ନିଧି ମହାପାତ୍ର, କବି ରଶ୍ମିରଂଜନ ଜେନା, କବି ମହମ୍ମଦ ଆଜାଦ, କବି ଗୋପୀନାଥ ସେଠି, କବି ଗୋପୀନାଥ ପରିଡା, ଦେବେନ୍ଦ୍ର ପରମଗୁରୁ, କବ ୟତ୍ରୀ ସଙ୍ଘ ମିତ୍ରା ସ୍ୱାଇଁ, ମମତା ମଞ୍ଜରୀ ଦେବୀ ହରପ୍ରିୟା ଦିବେଦୀ,ପ୍ରମୁଖ ଆସରରେ ଯୋଗ ଦେଇ ସାହିତ୍ୟ ଆଲୋଚନା ଓ କବିତା ପାଠ ରେ ଭାଗ ନେଇ ଥିବା ବେଳେ ପାଖାପାଖି ଷାଠିଏ ଜଣ କବି କବ ୟତ୍ରୀ ଯୋଗ ଦେଇ କବିତା ପାଠ କରିଥିଲେ,କବ ୟତ୍ରୀ ଅଧ୍ୟାପିକା ନୀଳିମା ନନ୍ଦ ଓ ସୌଦାମିନୀ ସ୍ୱାଇଁ, କବିତା ସଂଯୋଜନାକରିଥିବା ବେଳେ ଗାଳ୍ପିକ ଡ ଆଶୁତୋଷ ମିଶ୍ର ସ୍ୱାଗତ ଭାଷଣ ଦେଇ ଥିଲେ,

ପ୍ରତିବର୍ଷ ବିଶ୍ୱ କବିତା ଦିବସ ଆୟୋଜନ କରୁଥିବା କବ ୟତ୍ରୀ ଡ ସୁକାନ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ନୟାଗଡ଼ ଜିଲା ଲେଖକ ପରିଷଦ ର ସମ୍ପାଦକ ଶେଖ ଅବଦୁଲ ଖାଲିକ କାର୍ଯ୍ୟକ୍ରମ କୁ ଆୟୋଜନ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ,

ଡ଼ ସୁରେଶ ବରାଡ଼ ଙ୍କ କବିତା ସଂକଳନ ଜୀବନ ସୌରଭ ଓ ବରିଷ୍ଠ କବି ଲୋକନାଥ ମିଶ୍ର ଭରଦ୍ୱାଜ ଙ୍କ କବିତା ସଂକଳ ବ୍ୟଥିତ କୃଷ୍ଣ ଏହି ଅବସର ରେ ଉନ୍ମୋଚିତ ହୋଇଥିଲା, ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ