ବିଶ୍ୱ ଫଟୋଗ୍ରାଫି ଦିବସ ଉପଲକ୍ଷେ ଓଡ଼ଗାଁ ବ୍ଲକ ଫଟୋଗ୍ରାଫି ଆସୋସିଏସନ ପକ୍ଷରୁ ଝାଡ଼େଶ୍ବରୀ ପୀଠ ରେବନ୍ଧୁ ମିଳନ କାର୍ଯ୍ୟକ୍ରମ

ବିଶ୍ବ ଫଟୋଗ୍ରାଫି ଦିବସ ଉପଲକ୍ଷେ ଓଡଗାଁ ବ୍ଳକ ଫଟୋଗ୍ରାଫି ଆସୋସିଏସନ, ନୟାଗଡ଼ ତରଫରୁଆଜି ଅପରାହ୍ନ 3ଘଟିକା ସମୟରେ ଶରଣକୁଳସ୍ଥିତ ମା ଝାଡେଶ୍ବରୀଙ୍କ ପୀଠରେ ନୟାଗଡ଼ ଜିଲ୍ଲାର ପ୍ରତିବ୍ଳକରୁ ଫଟୋଗ୍ରାଫରଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ ମା ଝାଡେଶ୍ବରୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ମିଟିଂ ଆରମ୍ଭ ହୋଇଥିଲା ନୟାଗଡ଼ରୁ ଆସିଥିବା ବରିଷ୍ଠ ଫଟୋଗ୍ରାଫର ମାନବ କିଶୋର ରାୟ,ବିରେନ୍ଦ୍ର ଦାଶ ,ନରସିଂହ ବେହେରା ,ନାରାୟଣ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ତତ୍ ପରେ ଉପସ୍ଥିତ ସମସ୍ଥ ଫଟୋଗ୍ରାଫର ନିଜର ପରିଚୟ ପ୍ରଦାନ କରିଥିଲେ । ଆଜିର ମିଟିଂରେ ଫଟୋଗ୍ରାଫି ସମ୍ପର୍କରେ ସୁବିଧା ଅସୁବିଧା ସବୁ ଆଲୋଚନା କରାଯାଇଥିଲା । ଆସୋସିଏସନ ର ସଭାପତି ବଳଭଦ୍ର ସ୍ବାଇଁ ଫଟୋଗ୍ରାଫି ର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆଗକୁ କରିବା ପାଇଁ ଆଲୋଚନା କରିଥିଲେ । ସମ୍ପାଦକ ପାଣୁ ଚରଣ ଖଟୋଇ ଆସୋସିଏସନ ର ବାର୍ଷିକ ବିବରଣୀ ଦେଇଥିଲେ ।ଫଟୋଗ୍ରାଫି ଦିବସ ଉପଲକ୍ଷେ କେକ୍ କଟାଯାଇଥିଲା ।ପରିଶେଷରେ ଶୁରେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।

You might also like