ବିଶ୍ୱ ମହିଳା ହିଂସା ଦିବସ ରଣପୁରରେ ପାଳିତ।


ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ,ରଣପୁର ବ୍ଲକ କମିଟି ଆନୁକୂଲ୍ୟରେ ରଣପୁର ଗୋଡିପାଟଣା ସାହି ସ୍ଥିତ ଶହୀଦ ରଘୁଦିବାକର ଭବନ ଠାରେ ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ” ବିଶ୍ୱ ମହିଳା ହିଂସା ଦିବସ ପାଳନ ସହ ସଂଗଠନର ପୂର୍ବତ୍ତନ ସର୍ବଭାରତୀୟ ସଭାନେତ୍ରୀ ଶ୍ୟାମଳି ଗୁପ୍ତା ଙ୍କ ୧୪ ତ୍ତମ ଶ୍ରାଦ୍ଧ ଦିବସରେ ଏକ ଆଲୋଚନା ସଭା ସାଥୀ ସଂଯୁକ୍ତା ସେଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଶ୍ରୀମତୀ ଗୁପ୍ତା ଙ୍କ ଫଟୋ ଚିତ୍ରରେ ସମସ୍ତ ସାଥୀ ମାନେ ପୁଷ୍ପାର୍ପଣ କଲା ପରେ ୧ ମିନିଟ ଗଭୀର ଶ୍ରଦ୍ଧାଞ୍ଜଳି ଜଣା ଯାଇଥିଲା।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଆଲୋଚନା ସଭାରେ ଗଣତନ୍ତ୍ର ରେ ନାରୀର ଭୂମିକା,ନାରୀ ମୁକ୍ତି,ସମାନତା ,ନାରୀ ପ୍ରଗତି ଓ ସମାଜ ପ୍ରଗତି ସମ୍ପର୍କରେ ବକ୍ତା ମାନେ ଆଲୋଚନା କରିଥିଲେ। ୭୭ ବର୍ଷ ସ୍ବାଧୀନତା ପରେ ବି ଆଜି ଆର୍ଥିକ ସ୍ବାଧୀନତା ମିଳିନାହିଁ ଓ ମହିଳା ବିରୋଧୀ ଘରୋଇ ହିଂସା ରୁ ନାରୀ ସମାଜ ମୁକ୍ତି ହୋଇ ନାହିଁ।ଗାନ୍ଧୀ ଙ୍କ ମତରେ ସ୍ବାଧୀନତା ଆମେ ସେଇ ଦିନ ଅନୁଭଵ କରିବା ଯେଉଁଦିନ ଗୋଟିଏ ମହିଳା ଅର୍ଦ୍ଧ ରାତ୍ରରେ ଗୋଟିଏ ନିର୍ଜନ ସ୍ଥାନରୁ ବିପଦ ମୁକ୍ତ ଭାବେ ଅନ୍ୟ ସ୍ଥାନରେ ପହଞ୍ଚି ପାରିବ ତେବେ ଆମେ ସ୍ୱାଧୀନତା ପାଇଛେ ବୋଲି ବୁଝିବାକୁ ପଡ଼ିବ।କିନ୍ତୁ ଏବେ ବି ସମାଜରେ ନାବାଳିକା ଧର୍ଷଣ ନଵ ବଧୁ ହତ୍ୟା ଓ ନିର୍ଯ୍ୟାତନା ବଢି ଚାଲିଛି।ମୋଦୀ ସରକାରଙ୍କ ବେଟି ବଢାଅ ବେଟି ବଚାଅ ଓ ରାଜ୍ୟ ସରକାରଙ୍କ ଗାଁ କୁ କାମ ମାଆ କୁ ସନମାନ ଆଜି ପାଣିର ଗାର ସଦୃଶ ହୋଇଛି ବୋଲି ବକ୍ତା ମାନେ କହିଥିଲେ।ମହିଳା ସଶକ୍ତିକରଣ ନାଁ ରେ ମହିଳାଙ୍କୁ ମୋହରା କରି ସରକାରୀ ଦଳ ମାନେ ଭୋଟ ସଂଗ୍ରହ କରୁଥିଲା ବେଳେ ମାଇକ୍ରୋ ଫାଇନାନ୍ସ ଜରିୟାରେ ମହିଳା ସଶକ୍ତିକରଣ ନାଁରେ ମହିଳା ଶୋଷଣ କରୁଛନ୍ତି।

ଫଳରେ ଘରୋଇ ହିଂସା ମଧ୍ୟ ଅଧିକରୁ ଅଧିକ ହେଉଛି।ନିଶା ଯୁକ୍ତ ସମାଜ ପାଇଁ ନିର୍ଯ୍ୟାତନା ବଢୁଛି।ଏହି ପରିପ୍ରେକ୍ଷୀରେ ମହିଳା ସଚେତନ ସହ ମହିଳା ଅଧିକାର ପାଇଁ ସଂଘର୍ଷ କରିବାକୁ ଆହ୍ବାନ ଦେଇଥିଲେ। ମନୁବାଦୀ ପଛୁଆ ବିଚାର ରୁ ନାରୀ ସମାଜ ମୁକ୍ତି ପାଇଁ ସମସ୍ତେ କାର୍ଯ୍ୟ କଲେ ସମାଜର ପ୍ରଗତି ହେବା ସହ ଶ୍ରୀମତୀ ଗୁପ୍ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତା ମାନେ କହିଥିଲେ।
ଏହି ଆଲୋଚନା ସଭାରେ ବ୍ଲକ ସଭାନେତ୍ରୀ ସଂଯୁକ୍ତା ସେଠୀ, ସମ୍ପାଦିକା ପୁଷ୍ପାଞ୍ଜଳି ସେନାପତି, ହୁଲାସ ରଣା,ଦୁଃଶାସନ ଜେନା,ସୁରେଶ ସ୍ବାଇଁ,ସବ୍ୟସାଚୀ ସେନାପତି ଓ ଧନେଶ୍ୱର ନାୟକ ପ୍ରମ୍ମୁଖ ଆଲୋଚନା କରିଥିଲେ।

You might also like