Skip to content

ବିିଶାଳ ବାଇକ ଶୋଭାଯାତ୍ରା ;କଲ୍ୟାଣ ମଣ୍ଡପ, ଉଦଘାଟନ କଲେ ବିଧାୟକ

ନୟାଗଡ଼ : ନୟାଗଡ଼ ବ୍ଲକ ନଡ଼ିଆଳି ଗ୍ରାମ ପଞ୍ଚାୟତର ପଲିଶାସନ ବିଜେ ବାବାବାଲୁଙ୍କେଶ୍ୱର ପୀଠପରିସରରେ ନୂତନ ଭାବେ ନିର୍ମାଣ କରାଯାଇଥିବାକଲ୍ୟାଣ ମଣ୍ଡପ ଆଜି ଉଦଘାଟିତ ହୋଇଯାଇଛି । ଏହିକଲ୍ୟାଣ ମଣ୍ଡପ କୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି ।50 ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିବା ସୂଚନା ମିଳିଛି ।

ନୟାଗଡ଼ ଖୁଣ୍ଟୁବନ୍ଧ ପଞ୍ଚାୟତଠାରୁ ନଡ଼ିଆଳି ପଞ୍ଚାୟତ ର ପଞ୍ଚାୟତ ବାସୀ ବାଇକ ଶୋଭାଯାତ୍ରାରେଆସି ନଡ଼ିଆଳି ଗ୍ରାମ ପଞ୍ଚାୟତର ପଂଚାୟତ ବାସୀଙ୍କ ପକ୍ଷରୁ ବିଧାୟକଙ୍କୁ ସ୍ୱାଗତ କରାଯାଇଥିଲା । ଦଳୀୟ କର୍ମତଥା, ପଞ୍ଚାୟତ ବାସୀ ନବୀନ ଓ ଅରୁଣ ନାରାରେ ଖୁଣ୍ଟୁବନ୍ଧ ଓ ନଡ଼ିଆଳି ରାସ୍ତାକୁ ପ୍ରକମ୍ପିତ କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,ବ୍ଳକ ଉପାଧକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, ପଦ୍ମ ଚରଣ ସାହୁ ,ଜିଲ୍ଲା ପରିଷଦ ସଦସ୍ୟ ଖିରୋଦ ମହାପାତ୍ର , ସ୍ଥାନୀ ୟସରପଞ୍ଚ ପୂଜାଶ୍ରୀ ବରାଡ଼,ସମିତି ସଭ୍ୟ ଶ୍ରୀମତୀ ସୀମା ବେହେରା ପ୍ରମୂଖ ସାମିଲ ହୋଇଥିଲେ ।

ଏହି ଅବସରରେ ନୟାଗଡ଼ ବିକାଶ ସମ୍ପର୍କରେ ବିଧାୟକ ବକ୍ତବ୍ୟ ରଖିବା ସହ ବିକାଶ ପାଇଁ ଭିଜନ୍ ସହ ସୁପରଭିଜନ୍ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଗ୍ରାମାଞ୍ଚଳକୁ ସହରାଞ୍ଚଳ ଭଲି ସୁବିଧା ପ୍ରଦାନ କରିବା ଏବଂ ଉନ୍ନୟନ ମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସୁଥିବା କହିଥିଲେ । ନୟାଗଡ଼ରେ ଆମେ ବିକାଶକୁ ଗୁରୁତ୍ୱ ଦେଉଥିବା ବେଳେ ବିରୋଧି ବକବାସ୍‌କୁ ଗୁରୁତ୍ୱ ଦେଉଥିବା କହିଥିଲେ ।

ଆମେ ବିକାଶକୁ ନେଇ ଲୋକଙ୍କ ପାଖକୁ ଯାଉଛୁ, ସେମାନେ ବକବାସକୁ ଧରି ଲଢ଼େଇ କରିବାର ସ୍ୱପ୍ନ ଦେଖୁଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ନଡ଼ିଆଳି ଗ୍ରାମ ପଞ୍ଚାୟତ ର ବହୁ ବୁଦ୍ଧିଜୀବି ଏବଂ ମହିଳା ସାମିଲ ହୋଇଥିଲେ ।

Ad 1