ଓଡ଼ିଶାର ଦୁଇ ବରପୁତ୍ର ମହାନ ସଂଗ୍ରାମୀ, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଗ୍ରଦୂତ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ନୟାଗଡ଼ର ପୂଜ୍ୟ ପୂଜା ସଂଗଠନ ତଥା ସିଭିଲ ସୋସାଇଟ୍ ତରଫରୁ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି । ପୂଜ୍ୟପୂଜା ସଂଗଠନ ର ସଭାପତି ପ୍ରସନ୍ନ କୁମାର ବସନ୍ତିଆ ଏବଂ ସିଭିଲ ସୋସାଇଟ୍ ର ସଭାପତି ଗୋଦାବରୀଶ ସାହୁ ଙ୍କ ଆବାହକତ୍ଵ ଏବଂ ଧୀରେନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନା ରେ ଆୟୋଜିକ ଏହି କାର୍ଯ୍ୟକ୍ରମରେ ଦୁଇ ବରପୁତ୍ର ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା ।ପରବର୍ତ୍ତୀ ସମୟରେ ସୁବକ୍ତା ରାମକୃଷ୍ଣ ରଥ, ପୂଜ୍ୟ ପୂଜା ସଂଗଠନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷା ବିତ୍ ନିରଞ୍ଜନ ମିଶ୍ର, ଶିକ୍ଷାବିତ୍ ଶ୍ରୀଧର ସାହୁ ପ୍ରମୁଖ ଦୁଇ ସଂଗ୍ରାମୀଙ୍କ ଜୀବନୀ,ବିପ୍ଳବ ଓ ତ୍ୟାଗ ପୂତ ଜୀବନ ଉପରେ ଆଲୋକପାତ କରିଥିଲେ । ସିଭିଲ ସୋସାଇଟିର ବରିଷ୍ଠ ସଦସ୍ୟ ଭଗବତୀ ଚରଣ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।