ବୁଲା କୁକୁର ଆକ୍ରମଣରେ ସମ୍ବର ମୃତ

ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଚଂଳ ରାଜିଙ୍ଗି ବିଟ୍ ହାଉସ ଅଧୀନ ହରିପୁର ଗ୍ରାମ ଗହିରି ବିଲରୁ ମଙ୍ଗଳବାର ଅପରାହ୍ନ ରେ ବୁଲା କୁକୁର ଙ୍କ ଆକ୍ରମଣ ଦ୍ଵାରା ଏକ ମୃତ ସମ୍ବର କୁ ବନ୍ୟପ୍ରାଣୀ ବିଭାଗ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ , ନିକଟସ୍ଥ ଜଙ୍ଗଲରୁ ସମ୍ବରଟି ଖାଦ୍ୟ କିମ୍ଵା ପାଣି ପିଇବା ପାଇଁ ଗହିରି ବିଲ ମଧ୍ୟକୁ ଚାଲିଆସିଥିଲା । କେତେକ ବୁଲା କୁକୁର ସମ୍ବରଟିକୁ ଗହିରି ବଲରେ କାମୁଡି କାମୁଡ଼ି ମାରିଦେଇଥିବା ଜଣାପଡିଛି ।

ତେବେ ଛାମୁଣ୍ଡିଆ ବନପାଳ ପ୍ରତାପ କୁମାର ସେଠୀ ଓ ବନରକ୍ଷୀ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସମେତ ବନ କର୍ମଚାରୀମାନେ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ବୁଲା କୁକୁର ପଲ ମୃତ ସମ୍ବରକୁ ଜଗି ରହିଥିବା ଦେଖିବାକୁ ପାଇଥିଲେ । ପରେ ବନ୍ୟ ପ୍ରାଣୀ ବିଭାଗ ତରଫରୁ ଏକ ୟୁଡ଼ି ମାମଲା ରୁଜୁ କରାଯିବା ସହ ମୃତ ସମ୍ବରଟିକୁ ଜବତ କରି ବନାଚଂଳ କାର୍ଯ୍ୟାଳକୁ ଅଣାଯାଇ ବ୍ୟବଛେଦ ପରେ କାର୍ଯ୍ୟାଳୟ ପରିସରରେ ପୋତି ଦେଇଥିବା ବନ ପାଳଙ୍କଠାରୁ ସୂଚନା ମିଳିଛି । ତେବେ ମୃତ ସମ୍ବରଟି ଆନୁମାନିକ ୧ ବର୍ଷ ବୟସ ଓ ଓଜନ ୩୦ କିଲୋଗ୍ରାମ ହେବ ବୋଲି ସୂଚନା ମିଳିଛି । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡେ ।

You might also like