Skip to content

ବୃଦ୍ଧାଶ୍ରମରେ ବିଶ୍ଵ ଛେନାପୋଡ଼ ଦିବସ ପାଳନ କଲେ ଅନନ୍ୟା ଫାଉଣ୍ଡେସନର ସଦସ୍ୟ

**ଆଜି ଗାଁଠୁ ସହର ଛେନାପୋଡ଼ ବାସ୍ନା ମହକୁଛି। କ୍ୱିଣ୍ଟାଲ କ୍ୱିଣ୍ଟାଲ ଛେନାପୋଡ଼ କାଟି ବିଭିନ୍ନ ସ୍ଥାନରେ ବିଶ୍ଵ ଛେନାପୋଡ଼ ପାଳନ କରାଯାଇଛି। ଅନନ୍ୟା ଫାଉଣ୍ଡେସନ ସଦସ୍ୟ ମାନେ ଆଜି ନୟାଗଡ଼ ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ଛେନାପୋଡ଼ କାଟି ଛେନାପୋଡ଼ ଦିବସ ପାଳନ କରିଛନ୍ତି।

ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଗହଣରେ ଏଭଳି ଆୟୋଜନ କରାଯାଇଥିବାରୁ ଅନ୍ତେବାସୀ ଗଣ ଖୁସି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଅନନ୍ୟା ଫାଉଣ୍ଡେସନର ସଦସ୍ୟ ମାନେ ଓଡ଼ିଆ ସାହିତ୍ୟ, କଳା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

Ad 1