ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ, ସାଗର କୁଳ ରେ ହଜାର ହଜାର ଦର୍ଶକ, ମନ ମୋହିଲେ ଚଳଚିତ୍ର ଅଭିନେତ୍ରୀ ଦିବ୍ୟା
ନୟାଗଡ ଜିଲ୍ଲା ବୋଇତ ବନ୍ଦାଣ ଉତ୍ସବର ଆଜି ଅନ୍ତିମ ଦିବସ । ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ସକାଳ8ଘଟିକା ସମୟ ରେ ନୟାଗଡ଼ ପୁରୁଣା ସହର ସାଗର କୂଳରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଶୀତୁଆ ସକାଳରେ ହଜାର ହଜାର ଦର୍ଶକ ସାଗର ପୋଖରୀ କୂଳରେ ପହଞ୍ଚି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବା ଶିଷ ପଟ୍ଟନାୟକ, ରଣପୁର ପୁର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଏସ.ସୁଶ୍ରୀ , ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ପୌରଧ୍ଯକ୍ଷ ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ବୋଇତ ବନ୍ଦାଣ କମିଟିର ସଭାପତି କିଶାନ କୁମାର ଦାସ ଓ ଅଭିନେତ୍ରୀ ଦିବ୍ୟା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଦର୍ଶକ ମାନଙ୍କୁ ଅଭିନେତ୍ରୀ ଦିବ୍ୟା ବାନ୍ଧି ରଖିଥିଲେ । ସ୍ଥାନୀୟ କଳାକାରଙ୍କ ଦ୍ୱାରା ତଅପୋଇ ନାଟକ ପରିବେଷଣ କରାଯାଇଥିଲା ।
ମୁଖ୍ୟ ଅତିଥି ଡ଼.ସାହୁ ନୟାଗଡ଼ ପୁରୁଣା ସହରର ବାସିନ୍ଦା ମାନଙ୍କ ଦ୍ଵାରା ନୟାଗଡ ରେ ବୋଇତ ବନ୍ଦାଣ ଉତ୍ସବ ସୁରୁଖୁରୁରେ ଅନୁଷ୍ଠିତ ହେଉଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଉତ୍କଳୀୟ ପରମ୍ପରା ଐତିହ୍ୟକୁ ବଜାୟ ରଖିବା ପାଇଁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେଉଛି । ଆଜିର କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ସାଗର ପୋଖରୀ କୂଳରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା । ଅଭିନେତ୍ରୀ ଦିବ୍ୟା ମହାନ୍ତିଙ୍କ ଫିଲ୍ମ କର୍ମର ଗୀତରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ଓ ଜନ ପ୍ରତିନିଧି ମାନେ ଯୋଗ ଦେଇ ଥିଲେ ।