Skip to content

ବୋଲଗଡ଼ ଅମୃତ ମହୋତ୍ସବ ଉଦଘାଟିତ ବୋଲଗଡ଼ରେ ଦୀର୍ଘ ୧୨୦ ବର୍ଷ ଧରି ପାଳିତହୋଇ ଆସୁଥିବା ପନ୍ଦରଦୋଳଯାତ୍ରାର

ବୋଲଗଡ଼ ଅମୃତ ମହୋତ୍ସବ ଉଦଘାଟିତ ବୋଲଗଡ଼ରେ ଦୀର୍ଘ ୧୨୦ ବର୍ଷ ଧରି ପାଳିତହୋଇ ଆସୁଥିବା ପନ୍ଦରଦୋଳଯାତ୍ରାର ଶେଷ ଦିବସର ୩ଦିନ ପୂର୍ବରୁ ଜନସାଧାରଣଙ୍କୁ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ବାନ୍ଧି ରଖୁବା ପାଇଁ ଅମୃତ ମହୋତ୍ସବ ନାମରେ ୩ ଦିନ ପାଇଁ ବିଭିନ୍ନ ସଂ।ସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଯାତ୍ରା ପଡିଆ ଠାରେ ବାରପଲ୍ଲୀ ଦୋଳ ଯାତ୍ରା କମିଟି ଆୟୋଜନରେ ଅମୃତ ମହୋତ୍ସବ ୨୦୨୪ ଆଡ଼ମ୍ବର ସହକାରେ ଉଦଘାଟିତ ହୋଇଯାଇଛି । ଓଡ଼ିଶା କଂଗ୍ରେସ ସେବା ଦଳ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

ମୁଖ୍ୟବକ୍ତା ବୋଲଗଡ ଏକ୍ସପ୍ରେସ ତଥା ବ୍ୟଙ୍ଗ କବି ବ୍ରଜ ସୁବୁଦ୍ଧି, ବୋଲଗଡ ବ୍ଲକର ଯୁବ ସମାଜ ସେବୀ ସଞ୍ଜୟ ସୁବୁଦ୍ଧି, କଂଗ୍ରେସ ଦଳ ବେଗୁନିଆ ବ୍ଲକ ସଭାପତି କାଳନ୍ଦୀ ମହାପାତ୍ର, ଜୟକୃଷ୍ଣ ପ୍ରହରାଜ , ଲଲାଟେନ୍ଦୁ କିଶୋର ସିଂ , ଧିରେଶ୍ ମହାପାତ୍ର ପ୍ରମୁଖ ସଂମ୍ମାନୀତ ଅତିଥିଭାବେ ଯୋଗଦେଇଥିବା ବେଳେ ଦୋଳ ଯାତ୍ରା କମିଟି ସଭାପତି ରବୀନ୍ଦ୍ର କୁମାର ପରିଡା ସଭାପତିତ୍ବ କରିଥିଲେ l ଅନୁଷ୍ଠାନର ସମ୍ପାଦକ ବିବରଣୀ ପାଠ କରିଥିଲେ । କମିଟି ସମ୍ପାଦକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅଞ୍ଚଳର ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ପ୍ରଥମ ସଂ।ସ୍କୃତିକ ସନ୍ଧ୍ୟାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବଛା ବଛା କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ l ପରିଶେଷରେ ଏହି ଅଞ୍ଚଳର କୁନି କୁନି କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଅଖିଳେଶ ମହାପାତ୍ର ସଂଯୋଜନା କରିଥିଲେ l

Ad 1