ଆଜି ଉଦ୍ ଘାଟିତ ହୋଇଯାଇଛି ନୟାଗଡ଼ ପଞ୍ଚାୟତ ସମିତିର ଅତ୍ୟାଧୁନିକ ସମ୍ମିଳନୀ କକ୍ଷ । ଏହି ସମ୍ମିଳନୀ କକ୍ଷରେ ଆଜି ୧୯ ଜଣ ବ୍ୟାଙ୍କ ମିଶ୍ରଙ୍କୁ ଲାପ୍ ଟପ୍ ବଣ୍ଟନ କରିଛନ୍ତି ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ । ଗ୍ରାମାଞ୍ଚଳରେ ଲୋକମାନେ କିପରି ପଞ୍ଚାୟତରେ ସୁବିଧା ରେ ବ୍ୟାଙ୍କିଙ୍ଗ୍ ସେବା ପାଇବେ ଏଥି ପାଇଁ ରାଜ୍ୟ ସରକାର ବ୍ୟାଙ୍କ ମିତ୍ର ମାନଙ୍କୁ ଲାପ୍ ଟପ ପ୍ରଦାନ କରୁଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମଞ୍ଚଳର ଲୋକଙ୍କ ସୁବିଧା ପାଇଁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ।

ବ୍ୟାଙ୍କ ମିତ୍ର ମାନେ ସୁବିଧାରେ ଲୋକଙ୍କ କାର୍ଯ୍ୟ କରିବା ପାଇଁ ଏହି ଲାପ୍ ଟପ୍ ସହାୟକ ହେବ । ବ୍ୟାଙ୍କ ମିତ୍ର ମାନେ ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବା ପାଇଁ ବିଧାୟକ ଡ଼.ସାହୁ ପରାମର୍ଶ ଦେଇଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, ଜିଲ୍ଲା ପରିଷଦ ସରୋଜ ରଣସିଂ. ସୁବାଷ କଅଁର, କ୍ଷୀରୋଦ ମହାପାତ୍ର, ଆଶିଷ ଅଗ୍ରୱାଲ, ବିଡ଼ିଓ ପଦ୍ମ ଚରଣ ସାହୁ, ଜିପିଓ ତୁଷାରକାନ୍ତ ରାଉତ, ଏପିଓ ମିଟନ ମହାପାତ୍ର, ନୟାଗଡ଼ ବ୍ଳକର ସମସ୍ତ କର୍ମଚାରୀଙ୍କ ସମେତ ଓ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।