Skip to content

ଭାଡିକିଳା,ଗ୍ରାମପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାଡିକିଳା, ଗ୍ରାମ ପଞ୍ଚାୟତ ରେଆମ ଓଡିଶା, ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି,ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବରେ ଯୋଗ ଦେଇ ଥିଲେ, ସଂମ୍ମାନିତ ଅତିଥି ଭାବେ ଓଡ଼ଗାଁ ପଞ୍ଚାୟତ ସମିତି ଅଧକ୍ଷଲୋକ ନାଥ ସାହୁ, ଉପାଧକ୍ଷା ମୀରା ନାୟକ ଜିଲାପରିଷଦ ସଭ୍ୟ ଜୋନ 1ବିରଜା ଲକ୍ଷ୍ମୀ ସାହୁ, ଜୋନ 2ଝିଲ୍ଲୀ ପ୍ରଧାନ, ଭାଡ଼ିକିଳା ଗ୍ରାମପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ସାହୁ, ସମିତି ସଭ୍ୟପ୍ରଦୀପ କୁମାର ଭଟ,ଶରଧାପୁର, ରଙ୍ଗଣୀ ପାଟଣା, ଗୌଡପୁଟୁ, ପନ୍ତିଖାରି ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ସଭ୍ୟ, ସଭ୍ୟା, ଭାଡିକିଳା ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ସହ ମଣ୍ଡଳ ଉର୍ଣ୍ଣୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ଓ ଲାଇନ ଡିପାର୍ଟମେଣ୍ଟ ର ସମସ୍ତ ଅଧିକାରୀ, ତଥା ଏସଏଚଜି ଗ୍ରୁପ ର ମହିଳା ଯୋଗ ଦେଇ ଏହି କାର୍ଯ୍ୟକ୍ରମ ରେ ସଚେତନତା କରାଇଥିଲେ,,

ମୁଖ୍ୟ ଅତିଥି ଡ଼ ସାହୁ ବିକାଶ ଉପରେ ବକ୍ତବ୍ୟ ରଖି ଥିବା ବେଳେ, ପଞ୍ଚାୟତ ର ଉର୍ନତି ଆମ ପାଇଁ ଗର୍ବ ଓ ଗୌରବ କଥା ବୋଲି ପ୍ରକାଶ କରିଥିଲେ, ବିଭିର୍ନ କାର୍ଯ୍ୟକ୍ରମ ହାତ କୁ ନିଆ ଯାଉଥିବା ବେଳେ ପଞ୍ଚାୟତ ରେ ଏଭଳି ବିକାଶ ଧାରା ଜାରୀ ରହିଛି,ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ବିଭିର୍ନ ସାହାଯ୍ୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକହାତ ବଢ଼ାଇଦେଇ ଛନ୍ତି

,ବିକାଶ ମୂଳକ କାର୍ଯ୍ୟ ସମ୍ପର୍କ ରେ ଲୋକ ମାନଙ୍କୁ ସଚେତନତା କରାଇଥିଲେ,ଏହି ଅବସରରେଭାଡିକିଳା ପଞ୍ଚାୟତ ର ବହୁ ପୁରୁଷ, ଓ ମହିଳା ସାମିଲ ହୋଇଥିଲେ, ବିଭିର୍ନ ପାଲା, ଦାସକାଠିଆ ମାଧ୍ୟମ ରେ ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Ad 1