ଭାପୁର ବ୍ଲକ ସ୍ତରୀୟ ଶ୍ରୀଅନ୍ନ ଅଭିଯାନ ଦ୍ଵାରା ଅନୁଷ୍ଠିତ ପାରମ୍ପରିକ ଖାଦ୍ୟ ମେଳା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ବାଇଗୁଣିଆସ୍ଥ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବ୍ଲକ ରୁ ୨୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଯୋଗଦେଇ ତାଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଠ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣିଥିଲେ । ସେ ବ୍ୟଞ୍ଜନ ଗୁଡ଼ିକ ନିଜ ବାଡିର କଞ୍ଚା ପନିପରିବା,ମାଣ୍ଡିଆ,ବାଜରା,ଜହ୍ନା ଆଦିରୁ ପ୍ରସ୍ତୁତ ହୋଇଥିବାବେଳେ ୭୦ ରୁ ଉର୍ଦ୍ଧ୍ବ ବ୍ୟଞ୍ଜନ ଶ୍ରୀ ଅନ୍ନ କାର୍ଯ୍ୟକ୍ରମରେ ପ୍ରଦର୍ଶନ ହୋଇଥିଲା । କାର୍ଯ୍ୟକ୍ରମରେ , ବ୍ଲକ ମାଣ୍ଡିଆ ନିଗମର କର୍ମକର୍ତ୍ତା ସସ୍ମିତା ବେହେରା,ଦୀପକ କୁମାର ସାହୁ, ଜୟଦେବ ସ୍ବାଇଁ ତଥା ପଞ୍ଚାୟତ ଜନପ୍ରତିନିଧି,ରାଜ୍ୟ କୃଷି ବିଶ୍ଵବିଦ୍ୟାଳୟର ଛାତ୍ର ,ଏ.ଓ .ଡ଼ମଣୀ ଦେଇ, ଭି.ଏ.ଡବ୍ଲୁୟୁ ଜିତେନ୍ଦ୍ର ମାଝି, ସୁପରଭାଇଜର ସନ୍ତୋସିନି ପାଣି,ମିଶନ ଶକ୍ତି ପିପିଆଇ ମସିହା କଲ , ଏଫ୍ .ପି .ଓ. ଦଣ୍ଡପାଣି ସ୍ବାଇଁ ଯୋଗଦେଇ ଖାଦ୍ୟର ମାନ,ଗୁଣବତ୍ତା ଓ ସ୍ବାଦ ପରୀକ୍ଷା କରିଥିଲେ । ଏହି ପ୍ରଦର୍ଶନୀରେ ଓମ୍ ଶାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ବୋର୍ ଗାଁ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସାଇରାମ ଓ ଜୟ ଶ୍ରୀ ରାମ ସ୍ୱୟଂ ବାଇଗୁଣିଆ ସହାୟକ ଗୋଷ୍ଠୀ କ୍ରମାନ୍ଵୟରେ ଦ୍ଵିତୀୟ ଓ ତୃତୀୟ ହୋଇ ମାନପତ୍ର ପାଇବା ସହିତ ପୁରସ୍କୃତ ହୋଇଥିଲେ ।