ଭାପୁର ରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର, ୧୮ଟି ମାମଲାର ତୁରନ୍ତ ସମାଧାନ

ନୟାଗଡ ଜିଲ୍ଲା ଅନ୍ତର୍ଗତ ଭାପୁର ପଞ୍ଚାୟତ ସମିତି କାର୍ଯ୍ୟଳୟ ରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା ଓ ଉପ ଜିଲ୍ଲାପାଳ କର୍ଣ୍ଣ ଦେବ ସମାଦାର ପ୍ରମୁଖ ଉପସ୍ଥିତ ରହିଥିଲେ ।ଆଜି ମୋଟ ୧୩୫ଗୋଟି ମାମଲା ଗ୍ରହଣ କରାଯାଇଥିଲା ।ସେଥି ମଧ୍ୟରୁ ବ୍ୟକ୍ତି ଗତ ୧୨୫ଗୋଟି ରହିଥିବା ବେଳେ ଗ୍ରାମ୍ୟ ମାମଲା ୧୦ ଗୋଟି ରହିଥିଲେ । ତୁରନ୍ତ ୧୮ ଗୋଟି ମାମଲାର ସମାଧାନ କରାଯାଇଥିଲା। ଆଜି ର ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

You might also like