ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଶପଲ୍ଲା NACରେ ଥିବା ଗୋବିନ୍ଦ ଭବନରେ “ମନ କି ବାତ୍ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଶପଲ୍ଲା – ଆଜି ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଗୋବିନ୍ଦ ଭବନ ଠାରେ “ମନ କି ବାତ୍ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ,ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାଏକ ଙ୍କ ସମେତ ଦଶପଲ୍ଲା NAC ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଆଜି ” ମନ କି ବାତ୍ ” କାର୍ଯ୍ୟକ୍ରମ ସମ୍ପର୍କରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ଜନ ପ୍ରତିନିଧି ଓ ବିଜେପି କର୍ମୀ ମାନଙ୍କ ସହିତ ଆଲୋଚନା କରିଥିବା ବେଳେ ଆଜି ଦଶପଲ୍ଲା ଅଞ୍ଚଳର ବହୁ ଜନ ପ୍ରତିନିଧି ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିବା ଜଣାପଡ଼ିଛି।

You might also like