ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଭୁତଡି ଗ୍ରାମରେ ଜମିବାଡ଼ି ବିବାଦ କୁ ନେଇ ଘଟି ଥିବା ହତ୍ୟା କାଣ୍ଡ ଘଟଣା ରେ ପୋଲିସ ଦୁଇ ଜଣକୁ ଗିରଫ କରିଛି, ଗିରଫ ଅଭିଯୁକ୍ତ ହେଲେ ଭୁତଡି ଗ୍ରାମ ର କାବୁଲି ରାଉତ, ଏବଂ ତାଙ୍କ ପୁଅ ସାନୁଲୁ ରାଉତ, ଦୁଇ ଅଭିଯୁକ୍ତ ଙ୍କୁ ଖଣ୍ଡପଡ଼ା ଥାନା ଅଞ୍ଚଳ ରୁ ଗିରଫ କରାଯାଇଥିବା ବେଳେ ନୟାଗଡ଼ ଏସପି ରାହୁଲ ଜୈନ ଇଟାମାଟି ଥାନା ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି,ଲାଠିପଡ଼ା ପାଇକ ସାହିର ଜଗଦେବ ପରିଡା ଙ୍କ ସହ ଭୁତଡି ଗ୍ରାମରକାବୁଲି ଙ୍କ ପରିବାର ସହ ଜମିବାଡ଼ି ବିବାଦ ରହିଥିଲା,
ଅଭିଯୁକ୍ତ ଙ୍କ ଆକ୍ରମଣ ରେ ଜଗଦେବ ଓ ସାନପୁଅ ପ୍ରମୋଦ ଗୁରୁତ୍ୱର ହୋଇଥିବା ବେଳେ ବଡ଼ପୁଅ ଦଣ୍ଡପାଣି ଙ୍କ ମୃତ୍ୟୁ ଘଟି ଥିଲା,ପୋଲିସ ଦଣ୍ଡପାଣି କ ମୃତ ଦେହକୁ ବ୍ୟବଛେଦ କରିପରିବାରକୁ ହସ୍ତାନ୍ତର କରିଛି, ଏ ଘଟଣା କୁ ନେଇ ଦଣ୍ଡପାଣି ଙ୍କ ପତ୍ନୀ ଅଶାନ୍ତି ପରିଡା ଙ୍କ ଆଧାର ରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି, ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଘଟଣା ର ତଦନ୍ତ ଭାର ନେଇ ଥିବା ବେଳେ ଏସପି ନିଜେ ଏହାର ତତ୍ୱାବଧାନ କରୁଛନ୍ତି, ଏସଡିପିଓ ଓ ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଦୁଇଟି ଟିମ ଗଠନ କରାଯାଇଥିଲା, ସାଇବର ସେଲ, ଓ ଟେକ୍ନିକାଲ ଟିମ, ସହଯୋଗ କରିଥିଲେ,
ଗତକାଲି ରାତିରେ ବିଭିର୍ନ ଥାନା ଅଞ୍ଚଳ ରେ ଚଢ଼ାଉ କରାଯାଇ ଖଣ୍ଡପଡ଼ା ଅଞ୍ଚଳ ରୁ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି,କୋଟ ଚାଲାଣ କରାଯାଇଥିବା ବେଳେ 30ଦିନ ମଧ୍ୟ ରେ ଚାର୍ଜ ସିଟ ଦାଖଲ କରିବା ସହ ଏହାକୁ ଫାଷ୍ଟ ଟ୍ରାକ କୋଟ ରେ ବିଚାର କରିବା ପାଇଁ ମାନ୍ୟବରଜଜ ଙ୍କୁ ଅନୁରୋଧ କରାଯିବ ବୋଲି ଏସପି ସୂଚନା ଦେଇ ଥିବା ବେଳେ ଏହାସହିତ ଘଟଣା ର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ଙ୍କୁ ରିମାଣ୍ଡ ରେ ଅଣାଯିବ, ଏହି ହତ୍ୟା କାଣ୍ଡ ରେ ସାମିଲ ଥିବା ଅନ୍ୟ ଫେରାର ବ୍ୟକ୍ତି ଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମିଳନୀ ରେ ଏସପି ସୂଚନା ଦେଇ ଛନ୍ତି