ସୂଚନା ଅନୁଯାୟୀ ନୟାଗଡ଼ ଛେନା ପୋଡ଼ କୁଆହୁରି ଆଗକୁ ସମୃଦ୍ଧ କରାଇବା ତଥା ସ୍ରଷ୍ଟା ଙ୍କୁ ଯଥାଚିତ୍ତ ସଂମ୍ମାନ ଜଣାଇବା ନିମନ୍ତେ କିଛି ନୟାଗଡିଆ ଏହି ବିଶ୍ୱ ଛେନା ପୋଡ଼ ଦିବସ କୁ 2022ମସିହା ରେ ପାଳନ କରିବାନିମନ୍ତେ ଅଣ୍ଟା ଭିଡିଲେ, କିନ୍ତୁ ଏହି ମହାନ କାର୍ଯ୍ୟକ୍ରମ ମିଥ୍ୟା ତଥ୍ୟ ଉପରେ ଆଧାରିତ ହୋଇଗଲା,ସେ ଭୁଲ ତଥ୍ୟ ଟି ହେଉଛି ସେ ପ୍ରସାରକଙ୍କୁ ସ୍ରଷ୍ଟା ସଜେଇଦେଲେ,ସ୍ରଷ୍ଟା ଙ୍କ ବଦଳ ରେ ପ୍ରସାରକ ଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କଲେ, ଭୁଲ ତଥ୍ୟ ଦିଆଯାଇ ,ଜିଆଇଟ୍ୟାଗ ପାଇବା ନିମନ୍ତେ ଆୟୋଜନ କରାଯାଉଥିବା ନେଇ ଅଖିଳ ଭାରତ ଯୁବ ଛାତ୍ର ସଂସଦ ତରଫରୁ ବିରୋଧ କରାଯାଇ ଭୁଲ ତଥ୍ୟ କୁ ସରକାରୀ ସ୍ୱକୃତି ନଦେବା ପାଇଁ ବିରୋଧ କରି ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି, ସେହିପରି ଭାବେ ବିଦ୍ୟାଧର ସାହୁ ମେମୋରିଆଲ ଚାରି ଟେବୁଲ ଟ୍ରଷ୍ଟ ବିରୋଧ କରି ଏହାର ସତ୍ୟାସତ୍ୟ ପ୍ରମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ତଥା ତହସିଲଦାରଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି ଏପଟେ ଟ୍ରଷ୍ଟ ଛେନା ପୋଡ଼ ରପ୍ରକୃତ ନିର୍ମାତା ସ୍ୱର୍ଗତ ବିଦ୍ୟା ଧର ସାହୁଙ୍କ ଶ୍ରାଧ ଦିବସ ଡିସେମ୍ବର 31କୁଛେନା ପୋଡ଼ ଦିବସ ପାଳନ କରିବା ଓବିଦ୍ୟା ଧର ସାହୁ ଙ୍କ ଛେନା ପୋଡ଼ କୁ ସରକାରୀ ମାନ୍ୟତା ଜିଆଇ ଟ୍ୟାଗ ପ୍ରଦାନ କରିବା ପାଇଁ ଦାବି କରି ଦାବି ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି
