ଭୋଟ ଚୋରି ପର୍ଦ୍ଦାଫାସ ସମ୍ପର୍କରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନି

ଆଜି ଅପରାହ୍ଣରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ନୟାଗଡ ସ୍ଥିତ ନୀଳମାଧଵ କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକଙ୍କ ଅଧକ୍ଷାତାରେ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଜୟଶ୍ରୀ ପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାଶ, ବରିଷ୍ଠ କଂଗ୍ରେସ ନେତା ମନୋଜ ସାହୁ, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ପୀତବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ନିର୍ବାଚନ ଆୟୋଗ ଓ କେନ୍ଦ୍ର ସରକାର ଦ୍ୱାରା ଭୋଟ ଚୋରି କିପରି ହେଉଛି ଲୋକସଭାର ବିରୋଧୀ ଦଳର ନେତାଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ LED ମାଧ୍ୟମରେ ଉପସ୍ଥିତ ସାମ୍ୱାଦିକ ବନ୍ଧୁମାନଙ୍କୁପ୍ରଦର୍ଶନ କରିଥିଲେ
୨୦୧୪ରେ କେନ୍ଦ୍ରରେ ଶାସନକୁ ବିଜେପି ଆସିବା ପରଠାରୁ ଅନୁଷ୍ଠିତ ବିଭିନ୍ନ ନିର୍ବାଚନର ଫଳାଫଳ ଅତ୍ୟନ୍ତ ଅପ୍ରତ୍ୟାଶିତ ହେଉଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ହେରଫେର ହେଉଥିବା ଆଶଙ୍କା ପ୍ରକାଶ ପାଉଥିଲା। ତେବେ ଗତ ୭ ଅଗଷ୍ଟ କଂଗ୍ରେସର ସର୍ବମାନ୍ୟ ନେତା ଦୀର୍ଘ ୧ ଘଣ୍ଟା ୧୧ ମିନିଟର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ପ୍ରମାଣ ରଖିବା ପରେ ଦେଶବାସୀ ସ୍ତବ୍ଧ ହୋଇଛନ୍ତି

You might also like