ଭୋଲଟାଜର ନୂଆ ସୋରୁମ୍ ଉଦ୍‌ଘାଟିତ

ନୟାଗଡ଼ ସହରର ଓଡ଼ଗାଁ ରାସ୍ତାରେ ଟାଟା ଭୋଲଟାଜର ସ୍ଵତନ୍ତ୍ର ସୋରୁମ୍ ଉଦ୍‌ଘାଟିତ ହୋଇଛି । ଭୋଲଟାଜର ବ୍ରାଞ୍ଚ ମ୍ୟାନେଜର ଦୀପକ ସାମଲ ଏହାକୁ ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ ସମୟରେ ଏଏସଏମ ରଫିକ ଉଲ୍ଲା, ପ୍ରାଚୀ ତୋଷ ମହାନ୍ତି ଓ ଏସ ଶ୍ରୀ ନିବାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ସୋରୁମ୍ ରେ କେବଳ ଭୋଲଟାଜ କମ୍ପାନୀର ଏସି,ଫ୍ରିଜ, ୱାସିଙ୍ଗି ମେସିନ, ଫ୍ରିଜର, ଆକ୍ବାଗାର୍ଡ,କୁଲର ଇତ୍ୟାଦି ସାମଗ୍ରୀ ସୁଲଭ ଦରରେ ମିଳିବ ବୋଲି ସୂଚନା ମିଳିଛି । ଏହି ସୋରୁମ୍ ଟି କଲୋକ୍ଟ୍ରୋନିସ ହାଉସ ରୂପେ ପରିଚିତ । ସୋରୁମ ଓନର ହିମାଦ୍ରୀ ଉପାସନା ଦାଶ ,ଶକ୍ତି ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

You might also like