ମଡେଲ ଡିଗ୍ରୀ କଲେଜ ରେ ରକ୍ତଦାନ ଶିବିର

ଲାଠିପଡା ସ୍ଥିତ ମଡେଲ ଡିଗ୍ରୀ କଲେଜ ଯୁବ ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା, ମହାବିଦ୍ୟାଳୟ ର ଅଧକ୍ଷ ଡ଼ ମାନସ ରଞ୍ଜନ ଶତପଥି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ଶିବିର ରେ ଅନୁଷ୍ଠାନିକ ଭାବେ କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ, ଓ ସଭ୍ୟ ବାଞ୍ଛାନିଧି ପାତ୍ର ଉଦଘାଟନ କରିଥିଲେ, ନୟାଗଡ଼ ବ୍ଲଡ଼ ବ୍ୟାଙ୍କ ତରଫରୁ ରକ୍ତ ସଂଗ୍ରହ ରେ ନିୟୋଜିତ ଦଳ ର ପ୍ରାୟ ୧୨ ଜଣ କର୍ମଚାରୀ ଏହି ଶିବିରରେ ଛାତ୍ର ଛାତ୍ରୀ, କର୍ମଚାରୀ ଓ ପୁରାତନ ଛାତ୍ର ଛାତ୍ରୀ ମାନଙ୍କଠାରୁ ଅତି ଯତ୍ନ ର ସହିତ 65ୟୁନିଟ ରକ୍ତ ସଂଗ୍ରହ କରିଥିଲେ,ମହାବିଦ୍ୟାଳୟ ର ଅଧକ୍ଷ ପ୍ରଥମେ ରକ୍ତ ଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ନୂତନ ଉତ୍ସାହ ଜାଗ୍ରତ କରିଥିଲେ, ଉକ୍ତ ଶିବିର ଯୁବ ରେଡକ୍ରସ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ, ଓ ଜାତୀୟ ସେବା ସଂସ୍ଥା ଅଧିକାରୀ ସୁନୀଲ କୁମାରମଲ୍ଲିକ,ଦୀପିକା ରାଣୀ ଟୁରୁକ ପରିଚାଳନା କରିଥିଲେ,
ଶତାଧିକ ସ୍ଵେଛାସେବୀ, ଛାତ୍ର ଛାତ୍ରୀ ଶିବିର ରେ ଯୋଗ ଦାନ ପୂର୍ବକ ରକ୍ତଦାତା ଙ୍କୁ ସେବା ଯୋଗାଇ ଥିଲେ,ଏହି ଶିବିର ରେ ଡ଼ ଜୋଶ୍ନl ରାଣୀ କର, ରୀତିଶ୍ରୀ ମଲ୍ଲିକ,ପ୍ରକାଶ କୁମାର ସାହୁ,ପ୍ରଜ୍ଞାନ୍ସ ରଞ୍ଜନ ସାହୁ, ମଧୁ ସ୍ମିତା ମହାପାତ୍ର,ରୀନାବାଳା ଘଡେଇ ଉପସ୍ଥିତ ଥିଲେ

You might also like