ରଣପୁର ବ୍ଲକ ଅଞ୍ଚଳ ରେ ଲଗାଣ ବର୍ଷା ରେ କ୍ଷତି ଗ୍ରସ୍ତ ଚାଷି ମୁଣ୍ଡ ରେ ହାତ ଦେଇ ଚିନ୍ତା ରେ ବସି ଥିଲାବେଳେ ନଭେମ୍ବର ମାସରେ ଧାନ ମଣ୍ଡି ସରକାର ନ ଖୋଲିବାରୁ ଚାଷି ବାଧ୍ଯ ହୋଇ ଅଭାବି ବିକ୍ରି ର ଶିକାର ହୋଇଛି। ବହୁ ବିଳମ୍ବ ରେ ଗତ କାଲି ୧୫ ଜାନୁୟାରୀ ରେ ରଣପୁର ବ୍ଳକ ରେ ନୀଳକଣ୍ଠେଶ୍ଵର ସେବା ସମବାୟ ସମିତି, ଗୋପାଳପୁର ରେ ଧାନ ମଣ୍ଡି ଚାଷିମାନଙ୍କ ଉପସ୍ଥିତିରେ ପ୍ରଥମ କରି ଆନୁଷ୍ଠାନିକ ଭାବେ ବାଚସ୍ପତି ସୁରମା ପାଢି ଉଦ୍ଘାଟନ କରି ଥିଲାବେଳେ ଟୋକନ ମୁତାବକ ଚାଷୀ ଆଣିଥିବା ଧାନକୁ ଆର ଏମ ସି ଅଧିକାରୀ ମାନେ ଏଫ ଏ କ୍ୟୁ ମାନ ନ ଥିବା ଦର୍ଶାଇବାରୁ ସମବାୟ ତରଫରୁ ଧାନ କିଣିବାକୁ ମନା କରିଥିଲେ। ଅଦିନିଆ ବର୍ଷା ଯୋଗୁଁ ରାଜ୍ୟ କୌଣସି କଟନୀ ଛଟନୀ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିଲା ବେଳେ ପ୍ରଶାସନ ର ଏଭଳି ଚାଷି ବିରୋଧି ପଦକ୍ଷେପ ବୋଝ ଉପରେ ଲଳିତା ବିଡା ବୋଲି ଚାଷି ଓ ଚାଷି ସଙ୍ଗଠନ ତରଫରୁ ସମାଲୋଚନା କରିବା ସହ ଆଜି ସମବାୟ ପରିସରରେ ଚାଷି ମାନେ ଧାନ ରଖି ସମବାୟ ଅଫିସି ସମ୍ମୁଖ ରେ ଚାଷି ନେତା ବ୍ରଜ ଖରଡା ଙ୍କ ସଭାପତିତ୍ବ ରେ ଏକ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି।
ରଣପୁର ଅଞ୍ଚଳର ସମସ୍ତ ଚାଷିଙ୍କ ଠାରୁ ବିନା କଟନୀ ଛଟନୀ ରେ ତୁରନ୍ତ ଧାନ କିଣିବା,ନୀଳ କଣ୍ଠସ୍ଵରରେ ସେବା ସମବାୟ ସମିତି ରେ ପଡିରହିଥିବା ସମସ୍ତ ଧାନ କ୍ବିଣ୍ଟାଲ ପିଛା ତୁରନ୍ତ ୩୧୦୦ ଟଙ୍କାରେ କ୍ରୟ କରିବା, ଧାନ କିଣାରେ ଏଫ ଏ କ୍ୟୁ ମାନ ତୁରନ୍ତ ବାତିଲ୍ କରିବା ଓ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଛି। ନଚେତ ଆଜିଠାରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଆସନ୍ତା କାଲି ଠାରୁ ତିବ୍ରତର ହେବ ବୋଲି ସମବାୟ ସମ୍ପାଦକଙ୍କ ଜରିଆରେ ଏକ ଦାବୀ ପତ୍ର ରଣପୁର ତହସିଲ ଦାର ଙ୍କ ଉଦ୍ଧେଶ୍ୟରେ ଦିଆଯାଇଛି। ସରକାର ଓ ଜିଲ୍ଲା ପ୍ରଶାସନ ଜରୁରୀକାଳୀନ ଭାବେ ଧାନ ନ କିଣିଲେ ଚାଷିମାନେ ରାସ୍ତା କୁ ଓହ୍ଲାଇବେ ଏଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି।
ଏହି ଆନ୍ଦୋଳନ ରେ ଚାଷି ନେତା ହରିଶ୍ଚନ୍ଦ୍ର ମିଶ୍ର, କିଶୋର ସିଂହ,ବ୍ରଜ ଖରଡା, ସୁରେଶ ସ୍ୱାଇଁ,ସଦାଶିବ ନନ୍ଦ,କୁଳମଣି ପଲେଇ,ଗଦାଧର ପ୍ରଧାନ, କାର୍ତ୍ତିକ ନାୟକ, ଲକ୍ଷ୍ମୀଧର ମାଝି, ସଂଯୁକ୍ତା ସେଠୀ,ଗୌର କିଶୋର ସାହୁ,ଅନ୍ତର୍ଯ୍ୟାମୀ ପ୍ରଧାନ,ବୁଲୁ ବସ୍ତିଆ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।