ମଦର ଆବାସିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ,

ନୟାଗଡ଼ବ୍ଳକ ଅନ୍ତର୍ଗତ ପାଣିପୋଇଲା କଳା ପରିଷଦ ଓ ମଦର ଆବାସିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି,ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ସଂମ୍ମାନିତ ଅତିଥି ଭାବେ ପୂର୍ବତନ ତହସିଲଦାରବିଦ୍ୟାଧରଆଚାର୍ଯ୍ୟ, ଜିଲ୍ଲା ସଂଯୋଜିକା ସମଗ୍ର ବାଳିକା ଶିକ୍ଷା ଶ୍ରାବଣୀ ମିଶ୍ର, ଶିଶୁ ସାହିତ୍ୟକା ବସିରନ ବିବି, ଶିଶୁ ମଙ୍ଗଳ ସମିତି ଅଧକ୍ଷ କିଶୋର ମହାପାତ୍ର, ନୟାଗଡ଼ କଳାପରିଷଦ ର ସଭାପତି କେଶବ ଦଳ ବେହେରା, ସାଇ ୟୁଥ ଷ୍ଟାର୍ସ ସଭାପତି ଅମିତ କୁମାର ସାହୁ, ପ୍ରମୁଖ ଯୋଗ ଦେଇ ଥିଲେ, ଅନୁଷ୍ଠାନ ର ସମ୍ପାଦିକା ପ୍ରଭାସିନୀ ନନ୍ଦ ଙ୍କ ତତ୍ୱାବଧାନ ରେ ମଞ୍ଚ କାର୍ଯ୍ୟକ୍ରମ କୁ ୱେବ ଚ୍ୟାନେଲ ର ସାମ୍ବାଦିକ ଜିତୁନ କୁମାର ମହାପାତ୍ର ପରିଚାଳନା କରିଥିଲେ,

ଏହି କାର୍ଯ୍ୟକ୍ରମ ରେ ଶିଶୁ ମାନଙ୍କୁ ନେଇ ବିଭିର୍ନ ପ୍ରକାର ସାଂସ୍କୃର୍ତିକ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା କରାଯାଇଥିବା ବେଳେ କୃତିପ୍ରତିଯୋଗୀ ମାନଙ୍କୁ ତଥା ବିଦ୍ୟାଳୟ ର ସୁନାମ ଆଣିଥିବା ବର୍ତ୍ତମାନ ଓ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଗହଣ ରେ ଶିଶୁ ଦିବସ ପାଳନ କରାଯାଇ, ପୁରସ୍କୃତ କରାଯାଇଥିଲା,

ଏଥି ସହ ବିଦ୍ୟାଳୟ ର ସମ୍ପାଦିକା ପ୍ରଭାସିନୀ ନନ୍ଦପରିଶେଷରେ , ସାମ୍ବାଦିକ ଜିତୁନ ମହା ପାତ୍ରଙ୍କୁ ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଓଡିଶା ଏଟିଏଚ ପରିବାର ନୟାଗଡ଼ ର ସଦସ୍ୟ ମାନେ ସହ ଯୋଗ କରିଥିଲେ

You might also like