ମଧ୍ଯଖଣ୍ଡ ସ୍ୱାଧୀନତା ସଂଗ୍ରାମୀ ସ୍ମୁତି ପୀଠ ଠାରେ ପୂଜ୍ୟପୂଜା ସମିତି ଆନୁକୂଲ୍ୟରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ସହ ଆଲୋଚନା ସଭାଅନୁଷ୍ଠିତ

)ଭାରତ ଛାଡ ଆନ୍ଦୋଳନରେ ସ୍ମାରକୀ ଦିବସ ଅବସରରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ପୀଠ ଠାରେ ମଧ୍ୟଖଣ୍ଡ ପୂଜ୍ୟପୂଜା ସମିତି ଆନୁକୁଲ୍ୟରେ ଆଜି 1ଘଟିକା ସମୟ ରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ଆଇନଜୀବି ଶରତ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ସଭାରେ ଭାରତର ସ୍ଵାଧୀନତା ସଂଗ୍ରାମର ଐତିହ ଉପରେ ଆଲୋଚନା ସହିତ ଗାନ୍ଧିଜୀଙ୍କ ୧୯୪୨ ମସିହାର ଚରମ ବାଣୀ କର ବା ମାର ସହିତ ବ୍ରିଟିଶ୍ ସାମ୍ରାଜ୍ୟବାଦ ଭାରତ ଛାଡ ଆନ୍ଦୋଳନ ଡାକରାରେ ଉଦବୁଦ୍ଧ ହୋଇ ମଧ୍ୟଖଣ୍ଡ ଗ୍ରାମର ସଂଗ୍ରାମୀ ମାନେ ଜୀବନକୁ ପାଣିଛାଡାଇ ସଂଗ୍ରାମରେ ଝାସଦେଇଥିବା ବିଷୟରେ ଆଲୋଚନା ହୋଇଥିଲା। ସେତେବେଳର ବ୍ରିଟିଶ୍ ସହିତ ସାଲିସ କରି ଶାସନ କରୁଥିବା ରାଜା ଙ୍କ ଆକ୍ରମଣକୁ ଖାତିର ନକରି ଦେଶକୁ ମୁକ୍ତ କରିବା ପାଇଁ ଯେଉଁମାନେ ଜୀବନ ପଣ କରି ଲଢେଇ କରିଥିଲେ ସେମାନଙ୍କ ରକ୍ତିମ ସ୍ମୃତିକୁ ମନେରଖିବା ପାଇଁ ମଧ୍ୟ ଖଣ୍ଡର ପୂଜ୍ୟପୂଜା କମିଟି ଉଦ୍ୟମରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି ଓ ବିଭିନ୍ନ ଜାତୀୟ ଦିବସ ପାଳନ କରାଯାଇ ଆସୁଅଛି।ଏହିକ୍ରମରେ ଆଗାମୀ 15 ତାରିଖ ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ ସହ ସ୍ଵାଧୀନତା ଦିବସକୁ ମହା ସମାରୋହରେ ପାଳନ କରାଯିବାକୁ ନିଷ୍ପତ୍ତି କରାଯାଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ,ପୂର୍ବତନ ସଭାପତି ଅଦେଇତ କୁମାର ଦାସ, କୋଷାଧ୍ୟକ୍ଷ ଦୟାନିଧି ସାହୁ,ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ କୁମାର ପଣ୍ଡା, ଶିକ୍ଷାବିତ୍ ଦାଶରଥି ସାହୁ,ସମାଜ ସେବୀ ରବୀନ୍ଦ୍ର ମହାରଣା, ଅବସରପ୍ରାପ୍ତ ଶିକ୍ଷକ ନବକିଶୋର ସାହୁ,ଯୁବ ସଂଗଠକ ସୁଶାନ୍ତ କୁମାର ସାହୁ ,ପ୍ରସନ୍ନ ମହାରଣା ଓ ବୈଷ୍ଣବ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ କରିଥିଲେ।

You might also like