ମନରେଗାକୁ ଦୁର୍ବଳ କରିବା ଓ ଟାଟା ପାୱାରର ଶୋଷଣ ବିରୋଧରେ କଂଗ୍ରେସର ଆନ୍ଦୋଳନ ଘୋଷଣା

ନୟାଗଡ଼, ୧୦/୧ : ସରକାରଙ୍କ ଜନବିରୋଧୀ ନୀତି ଓ କାର୍ଯ୍ୟକଳାପ ବିରୋଧରେ ଆଜି ନୟାଗଡ଼ରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଉପାଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ କେନ୍ଦ୍ରର ମୋଦି ସରକାରକୁ କଟୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟକୁ ଅବହେଳା କରି ଯୋଜନାର ନାମ ପରିବର୍ତ୍ତନ କରାଯାଇ ମହାତ୍ମାଗାନ୍ଧୀଙ୍କ ନାମକୁ ହଟାଯାଇଛି। ଏହା ସହିତ ନିଶ୍ଚିତ କର୍ମଯୋଗାଣ ଗ୍ୟାରେଣ୍ଟିକୁ ଉଛେଦ କରି ଯୋଜନାକୁ ବାଟବଣା କରାଯାଇଛି। ଏହାର ପ୍ରତିବାଦରେ ଦେଶବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ ଘୋଷଣା କରିଥିଲେ।ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମା ରାଶି ଲାଗୁ କରାଯିବା ଏବଂ ଟାଟା ପାଓ୍ବାର ଇଚ୍ଛାମୁତାବକ ସ୍ମାର୍ଟ ମିଟର ଲାଗୁ କରାଯାଉଥିବା କାର୍ଯ୍ୟକ୍ରମ କୁ କଂଗ୍ରେସ ତୀବ୍ର ବିରୋଧ କରୁଛି ବୋଲି ଶ୍ରୀ ପାଣ୍ଡବ କହିଥିଲେ।ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ୍ ଦାଶ ଜିଲ୍ଲାର ଚାଷୀମାନଙ୍କ ସମସ୍ୟା ଉଠାଇ କହିଥିଲେ ଯେ ମଣ୍ଡି ଖୋଲିବା ପ୍ରାୟ ଦୁଇ ସପ୍ତାହ ହୋଇଯାଇଥିଲେ ମଧ୍ୟ ଧାନ କିଣା ଆରମ୍ଭ କରାଯାଇ ପାରିନାହିଁ । ଏହା ଚାଷୀମାନଙ୍କ ପାଇଁ ଗଭୀର ଚିନ୍ତାର ବିଷୟ। ଯଦି ଧାନ କିଣାରେ ଥିବା ଅବ୍ୟବସ୍ଥାକୁ ତୁରନ୍ତ ସମାଧାନ କରାନଯାଏ, ତେବେ କଂଗ୍ରେସ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆନ୍ଦୋଳନକୁ ଓହ୍ଲେଇବ ବୋଲି ସେ ଚେତାବନୀ ଦେଇଥିଲେ। ଧlନମଣ୍ଡି ଅବ୍ୟବସ୍ଥା ପ୍ରତିବାଦ ରେ ଆଗାମୀ ୧୨ ଜାନୁଆରୀ ସୋମବାର ନୟାଗଡ଼ରେ କଂଗ୍ରେସ ବିଶାଳ ଚାଷୀ ସମାବେଶ ଆୟୋଜନ କରୁଛି ଏବଂ ପିସିସି ସଭାପତି ଚାଷୀ ମାନଙ୍କୁ ଉଦବୋଧନ ଦେବା ପାଇଁ ନୟାଗଡ଼ ଆସୁଥିବା ଡିସିସି କିସାନ ସେଲ ସଭାପତି ବସନ୍ତ କର ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ lଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଡିସିସି ସଭାପତି ଲଷ୍ମୀଧର ତ୍ରିପାଠୀ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ,ରଣପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ବିଭୁ ପ୍ରସାଦ ମିଶ୍ର ଓ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଶିବରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ସମାଲୋଚନା କରିଥିଲେ।

You might also like