Skip to content

ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଙ୍କ ବିଭାଗୀୟ ସମୀକ୍ଷା

ନୟାଗଡ଼ ସର୍କିଟ ହାଉସ ଠାରେ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ବିଭାଗ ର ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ନୟାଗଡ଼ ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲା ପରିଷଦ ସୃଜନସମ୍ମିଳନୀ କକ୍ଷ ରେ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଵିଭାଗ ଉପରେ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ, ଏହି ବୈଠକ ରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାରସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲାପରିଷଦ ସଭାପତି ଇ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ଉପସଭାପତି ବିଷ୍ଣୁ ପ୍ରିୟା ବେହେରା, ରଣପୁର ବିଧାୟିକଙ୍କ ପ୍ରତିନିଧି ମଞ୍ଚ ରେ ଉପସ୍ଥିତ ରହିଥିଲେ,ଜିଲାପାଳ ସ୍ୱଧାଦେବ ସିଂ, ଏହି ବୈଠକ ରେ ସଭାପତିତ୍ବ କରିଥିଲେ, ମନ୍ତ୍ରୀ ଶ୍ରୀ ମଲ୍ଲିକ ବୈଠକ ରେ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ଅଧିକାରୀ, ଙ୍କ ପରିଚୟପ୍ରଦାନ ପାଇଁ କହିଥିଲେ,ଏହା ପରେ ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ବିଭାଗୀୟ ଅଧିକାରୀ ନିଜ ଵିଭାଗ ରେ କାର୍ଯ୍ୟକାରୀ ହେଉଥିବା ବିଭିର୍ନ ଯୋଜନା ବିଷୟ ରେ ପିପିଟି ମାଧ୍ୟମ ରେ ପ୍ରଦର୍ଶନ ପୂର୍ବକ ମାନ୍ୟବର ମନ୍ତ୍ରୀ ଙ୍କ ନିକଟରେ ଉପସ୍ଥାପିତକରିଥିଲେ, ଵିଭାଗ ତରଫରୁ ବିଭିର୍ନ ଯୋଜନା ସମ୍ପର୍କ ରେ ମାନ୍ୟବର ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା, ମନ୍ତ୍ରୀ ସମସ୍ତ ଵିଭାଗ ର ବିବରଣୀ ଶୁଣିଲା ପରେ ବିଭାଗୀୟ ଅଧିକାରୀମାନେ ମଣ୍ଡଳ ଉର୍ଣ୍ଣୟନ ଅଧିକାରୀ ସହିତ ଆଲୋଚନା କରି ନିଜ ଵିଭାଗ ର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇ ଥିଲେ, ନୟାଗଡ଼ ବିଧାୟକ ଡ଼ ସାହୁ ମସ୍ଚ୍ୟ ଵିଭାଗ ଉପରେ ବିଶେଷ ଭାବେ ଆଲୋଚନା କରି କେତେ ହେକ୍ଟର ଉପରେ ମାଛ ଚାଷ କରାଯାଉଛି,

ପ୍ରତ୍ୟକ ହେକ୍ଟର ରୁ କେତେ ମାଛ ଉତ୍ପର୍ଣ ହେଉଛି ତାହା ଉପରେ ଜିଲ୍ଲା ମସ୍ଚ୍ୟ ଅଧିକାରୀ ଙ୍କୁ ପଚାରିଥିଲେ, ଖଣ୍ଡପଡ଼ା ବିଧାୟକ ଶ୍ରୀ ସ୍ୱାଇଁ ମନ୍ତ୍ରୀ ଙ୍କ ଅଧୀନ ରେ ଥିବା ଵିଭାଗ ଗୁଡିକ ରେ ଖାଲି ଥିବା ପଦବୀ ଗୁଡିକ ପୂରଣ କରିବା ପାଇଁ ଅନୁରୋଧ କରିଥିଲେ, ବିଭାଗୀୟ ଅଧିକାରୀ ମାନେ ଶୀଘ୍ର ନିଜ ଵିଭାଗ ର କାର୍ଯ୍ୟ ସମ୍ପାଦନ କଲେ ଅମ ଜିଲ୍ଲା ଏକ ନମ୍ବର ହୋଇ ପାରିବ,, ଜିଲାପାଳ ଶ୍ରୀମତୀ ସିଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ଵିଭାଗ ର କାର୍ଯ୍ୟ ମନ୍ତ୍ରୀ ଙ୍କ ପରାମର୍ଶ ଅନୁସାରେ କରିବା ପାଇଁ ନିର୍ଦେଶ ଦେଇ ଥିଲେ,

ଏହି ବୈଠକ ରେ ମାନ୍ୟବର ସାଂସଦ କଟକ ଙ୍କ ପ୍ରତିନିଧି ଗୟାଧର ପରିଡା ଙ୍କ ସହସମ୍ପୃକ୍ତ ଵିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ, ବୈଠକ ଶେଷ ରେ ଜିଲାପାଳ ଶ୍ରୀମତୀ ସିଂ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟ ବାଦ ପ୍ରଦାନ ପରେ ସଭାସାଙ୍ଗ କରିଥିଲେ.

Ad 1