ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ର ଗ୍ରାମାଞ୍ଚଳ ର ଅଭିବୃଦ୍ଧି ହୋଇଥିବା ବେଳେ ଗ୍ରାମାଞ୍ଚଳ ଚାଷୀ ଙ୍କ ଆୟ ଦିଗୁଣିତ କରିବାରେ ମାଛଚାଷ, କୁକୁଡ଼ା ଚାଷ, ଗାଇପାଳନ, ପ୍ରମୁଖ ଭୁମିକା ଗ୍ରହଣ କରୁଛି ବୋଲି ନୟାଗଡ଼ ଷ୍ଟାଡିଅମ ପଡିଆ ରେ ଆୟୋଜିତ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ ରେ ବିଶିଷ୍ଟ ବ୍ୟକ୍ତି ମାନେ ମତ ବ୍ୟକ୍ତ କରିଛନ୍ତି, ନୟାଗଡ଼ ଷ୍ଟାଡିଅମ ପଡିଆ ରେ ଆୟୋଜିତ ଦୁଇ ଦିନିଆଁ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ କୁ ଉଦଘାଟନ କରି ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ବକ୍ତବ୍ୟ ମାଧ୍ୟମ ରେ ନୟାଗଡ଼ ଜିଲ୍ଲା ରେ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ଅଭିବୃଦ୍ଧି ର ଯଥେଷ୍ଟ ସମ୍ଭlବନା ରହିଛି, ନୂତନ ଜ୍ଞାନ କୌଶଳ, ପ୍ରୟୋଗ ରେ ମାଛ ଉତ୍ପାଦନ ବୃଦ୍ଧି ଯୋଗୁ ରାଜ୍ୟ ରେ ମସ୍ଚ୍ୟ ଚାଷୀଙ୍କ ଆୟ ବୃଦ୍ଧି ପାଉଛି, ସେହିପରି କୁକୁଡ଼ା ପାଳନ, ଗୋପାଳନ ଆଦି କ୍ଷେତ୍ର ରେ ନୟାଗଡ଼ ଜିଲ୍ଲା ର ଚାଷୀ ମାନେ ଉପକୃତ ହେଉଛନ୍ତିବୋଲି କହି ଥିବା ବେଳେ ,ଜିଲ୍ଲା ରେ ଥିବା ଜଳଭଣ୍ଡାର, ପଞ୍ଚାୟତ ପୋଖରୀ, ଘରୋଇ ପୋଖରୀ ରେ ଉର୍ନତପ୍ରଣାଳୀ ରେ ମାଛ ଚାଷ କରିବାକୁ ସେ ଆହ୍ୱାନ ଦେଇ ଥିଲେ, ଶିକ୍ଷିତ ଯୁବ ଗୋଷ୍ଟି ଚାକିରୀ ପଛରେ ଗୋଡ଼ାଇବା ବଦଳ ରେ ଚାଷ ଜମି ରୁ ସୁନା ଫଳାଇବାକୁ ପରାମର୍ଶ ଦେଇ ଥିଲେ,ଏହି ସମାବେଶ ରେ ସଂମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇ ଉପସ୍ଥିତ ମସ୍ଚ୍ୟଚାଷୀ, ଓ ପ୍ରାଣୀ ପାଳକ ଙ୍କୁ ପ୍ରଦର୍ଶନୀ ରେ ପ୍ରଦର୍ଶିତ ହୋଇଥିବା ବିଭିର୍ନ ପ୍ରଜାତି ର ମାଛ, କୁକୁଡ଼ା, ବତକ, ଗାଇ, ଘୁଷୁରୀ, ଆଦି ପ୍ରାଣୀଙ୍କୁ ପାଳନ କରି ରୋଜଗାର ବୃଦ୍ଧି କରିବାକୁ ପରାମର୍ଶ ଦେଇ ଥିଲେ,
ଏହି ଦୁଇ ଦିନିଆଁ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ ରେ ମାନ୍ୟବର ବାଚସ୍ପତି ଙ୍କ ପ୍ରତିନିଧି ଶ୍ରୀ ଅଭିଷେକ ସାମନ୍ତରାୟ, ଉପଜିଲ୍ଲାପାଳ ଶ୍ରୀ କର୍ଣ ଦେବ ସମାଦାର ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟି -2ଚେୟାରମ୍ୟାନ ଶ୍ରୀ ସରୋଜ କୁମାର ରଣସିଂ, ନୟାଗଡ଼ ପୌରାଧକ୍ଷା ଶ୍ରୀମତୀ ନିରୁପମା ଖଟେଇ, ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ଜ୍ଞାନ କୌଶଳ ଆଧାର ରେ ଜିଲ୍ଲା ରେ ମାଛ, ଅଣ୍ଡା, କ୍ଷୀର, କୁକୁଡ଼ା ଉତ୍ପାଦନ ନିମନ୍ତେ ଚାଷୀ ମାନଂକୁ ପରାମର୍ଶ ଦେଇ ଥିଲେ,
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ବସନ୍ତ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଜିଲ୍ଲା ମସ୍ଚ୍ୟ ଅଧିକାରୀ ଶ୍ରୀ ପ୍ରକାଶ କୁମାର ତ୍ରିପାଠୀ ଧନ୍ୟ ବାଦ ଅର୍ପଣ କରିଥିଲେ, ଏହି ଅବସର ରେ ମସ୍ଚ୍ୟ ବିଜ୍ଞାନୀ ଓ ପ୍ରାଣୀ ବିଜ୍ଞାନୀ ମାନଙ୍କ ସହ ଚାଷୀ ମାନଙ୍କ ର ବୈଷୟିକ ଭାବ ବିନିମୟ ହୋଇଥିଲା, ମସ୍ଚ୍ୟ ଚାଷୀ ଓ ପ୍ରାଣୀ ପାଳକ ଙ୍କ ସହମସ୍ଚ୍ୟ ବିଜ୍ଞାନୀ ଡ଼ ଗଣେଶ ଚନ୍ଦ୍ର କୁଣ୍ଡୁବୈଷୟିକ ସହାୟତା କରିଥିବା ବେଳେ, ଡ଼ ସୁଶାନ୍ତ କୁମାର ପାତ୍ର,ଓ ପ୍ରାଣୀ ବିଜ୍ଞାନୀ ତଥା ପ୍ରାଣୀ ସମ୍ପଦ ବିଭାଗ ର ଯୁଗ୍ନ ନିର୍ଦେଶକ ଡ଼ ମନୋଜ କୁମାର ପଟ୍ଟନାୟକ, ମସ୍ଚ୍ୟ ଚାଷ, ଓ ପ୍ରାଣୀ ପାଳନ କ୍ଷେତ୍ର ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା 4ଜଣ ଚାଷୀ ଙ୍କୁ ସମ୍ବର୍ଦ୍ଧନା ଗ୍ୟାମ୍ପନ କରାଯାଇଥିଲା, ଏହି ଜିଲ୍ଲା ସ୍ତରୀୟ ସମାରୋହ ରେ 16ଗୋଟି ଜୀବନ୍ତ, ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ, ଷ୍ଟଲ ସହ 16ଗୋଟି ବିଭିର୍ନ ବିଭାଗ ର ଷ୍ଟଲ ପ୍ରଦର୍ଶିତ ହେଉଥିବା ବେଳେ ଜିଲ୍ଲା ର 300ରୁ ଉର୍ଧ୍ଵ ମସ୍ଚ୍ୟ ଚାଷୀ, ଓ ପ୍ରାଣୀ ପାଳକ ଯୋଗ ଦେଇ ଥିଲେ, ଏହା ଆସନ୍ତା 22ତାରିଖ ରେ ଉଦଯାପନ ହେବ ବୋଲି, ବିଭାଗ ପକ୍ଷରୁ ସୂଚନା ମିଳିଛି