ମହିଳା ଙ୍କ ସନ୍ଧେହ ଜନକ ମୃତ୍ୟୁ

ନୟାଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଲଡ଼ୁକେଶ୍ବରପୁର ଗ୍ରାମ ର ବିନୋଦ ପରିଡାଙ୍କ ପତ୍ନୀ ଲୋପା ମୁଦ୍ରା ପରିଡା ଙ୍କ ଆଜି ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି, ଲୋପା ମୁଦ୍ରା ଙ୍କୁ ଅସୁସ୍ଥ ଅବସ୍ଥା ରେ ନୟାଗଡ଼ ଡାକ୍ତର ଖାନା ଅଣା ଯାଇଥିବା ବେଳେ ଡାକ୍ତର ଦେଖି ମୃତ ଘୋଷଣା କରିଛନ୍ତି, ଲୋପାମୁଦ୍ରା ଙ୍କୁ କିଛି ଦିନ ହେବ ଜ୍ୱର ହେଉଥିଲା, ଜ୍ୱର ଅଧିକ ମାତ୍ରା ରେ ହେବାରୁ ସ୍ୱାମୀ ବିନୋଦଙ୍କ କହିବା ଅନୁଯାୟୀ ଲୋପାମୁଦ୍ରା କିଛି ଔଷଧ ଖାଇ ଥିଲେ, ଖାଇବା ପରେ ଅଚେତ ହୋଇ ଥିଲେ ଲୋପାମୁଦ୍ରା, ତାଙ୍କୁ ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି କରାଯାଇଥିଲା,

ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଛେଦ ନିମନ୍ତେ ଶବ ଗୃହକୁ ପଠାଇଥିଲେ, ଏପଟେ ଲୋପା ମୁଦ୍ରାଙ୍କ ଜଣେ ସମ୍ପର୍କୀୟ ମହିଳା ତାଙ୍କୁ ହତ୍ୟା କରାଯାଇଥିବା ନେଇ ଡାକ୍ତର ଖାନା ରେ କହିବା ସହିତ ସଂଗୀନ ଅଭିଯୋଗ କରିଥିଲେ, ଖବର ପାଇ ଟାଉନ ଥାନା ପୋଲିସ ପହଂଚି ସ୍ୱାମୀ ବିନୋଦକୁ ଅଟକ ରଖିଥିଲା,

ଲୋପାମୁଦ୍ରାଙ୍କ ବାପା ଥାନା ରେ ପହଂଚି ତାଙ୍କ ଝିଅ ଜ୍ୱର କାରଣ ରୁ ମୃତ୍ୟୁ ବରଣ କରିଥିବା ଏବଂ ଜ୍ୱାଇଁବିନୋଦ ଙ୍କ କୌଣସି ଦୋଷ ନଥିବା ଥାନା ରେ କହିବା ସହ ଲିଖିତ ପ୍ରଦାନ କରିଥିଲେ, ଲୋପା ମୁଦ୍ରା ଙ୍କ ପରିବାର ଙ୍କ ପକ୍ଷରୁ କୌଣସି ଅଭିଯୋଗ ନ ହେବାରୁ ପୋଲିସ ବିନୋଦ କୁ ଛାଡି ଥିବା ବେଳେ, ଲୋପା ମୁଦ୍ରା ଙ୍କ ଶବକୁ ଟାଉନ ଥାନା ପୋଲିସ ତଥା ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଶବ ବ୍ୟବଛେଦ କରାଯାଇ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି

You might also like