ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ତାଲିମ ଶିବିର ଉଦଯାପିତ

ନାବାର୍ଡ ଦ୍ଵାରା ଗଣିଆ ଉନ୍ନୟନ କମିଟି ସହଯୋଗ ରେ ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ତିଆରି ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ମାସ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଶିବିର ରେ ଗଣିଆ ବ୍ଲକର ୭ଟି ପଞ୍ଚାୟତ ର ୩୦ ଜଣ ମହିଳା ମାଣ୍ଡିଆ ରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀର ତାଲିମ ପାଇଥିଲେ। ଶ୍ରୀମତୀ ଉଷାରାଣୀ ପଣ୍ଡା ଓ ମମତା ବେହେରା ପ୍ରତିଦିନ ୧୦ଟା ରୁ ୪ଟା ପର୍ଯ୍ୟନ୍ତ ତାଲିମ ଦେଉଥିଲେ ।

ଗଣିଆ ଉନ୍ନୟନ କମିଟି ର ସଭାପତି ଉଷାରାଣୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ନାବାର୍ଡ ଡି ଡି ଏମ୍ ତୃପ୍ତି ତାପସୀ, ସମ୍ମାନୀତ ଅତିଥି ଭାବରେ ଲିଡ , ,ବ୍ୟାଙ୍କ ମ୍ୟାନେଜର ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର ଯୋଗଦେଇ ଉଦ୍ୟୋଗ ମାଧ୍ୟମରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଗୁଡ଼ିକ ଆତ୍ମ ନିର୍ଭରଶୀଳ ହୋଇପାରିବେ ଏବଂ ସେଥିପାଇଁ ଉଦ୍ୟମ ଦରକାର ବୋଲି କହିଥିଲେ।

ତାଲିମ ପରେ ଉଦ୍ୟୋଗ ଆରମ୍ଭ କରନ୍ତୁ , ଏଥିପାଇଁ ନାବାର୍ଡ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ ବୋଲି ଡି ଡି ଏମ୍ କହିଥିଲେ। ତାଲିମ ଶିବିର ରେ ଶିଖାଯାଇଥିବା ଖାଦ୍ୟ ସାମଗ୍ରୀର ପରିବେଷଣ କରାଯାଇଥିଲା। ଶେଷରେ ସମସ୍ତ ତାଲିମ ଧାରି ଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା।

You might also like