ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ।ବିଶ୍ଵ ମାତୃଭାଷା ଦିବସ ପାଳିତ
ନୟାଗଡ ୨୧/୦୨/୨୬ ନୟାଗଡ ର ପ୍ରମୁଖ ଅନୁଷ୍ଠାନ ପରମ୍ପରା,ଜିଲ୍ଲା ଲେଖକ ପରିଷଦ, ମୈତ୍ରୀ ଯୁବ ସଂସଦ,ମା ଫାଉଣ୍ଡେସନ, ଆର୍ଟ ପଏଣ୍ଟ ଏବଂ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସ୍ମୃତି ସଂସଦ ତରଫରୁ ମୈତ୍ରୀ ଯୁବ ସଂସଦ ରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟ ରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପରମ୍ପରା ର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ ଜିଲ୍ଲା ଲେଖକ ପରିଷଦ ର ସଭାପତି ପ୍ରଧନୀ ବୃନ୍ଦାବନ ମହାପାତ୍ର ଓ ରଘୁନାଥ ସମବାୟ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍ ଅତିଥି ରୂପେ ଯୋଗଦେଇ ମାତୃଭାଷା ର ଉନ୍ନତି ଓ ପ୍ରସାର ଦିଗରେ ନିଜନିଜ ର ବକ୍ତବ୍ୟ ରଖିଥିଲେ ।

ଅତିଥି ମାନେ ପ୍ରକାଶ କରିଥିଲେ କି ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ। ଏହି ଅବସରରେ ଏକ କବିତା ପାଠୋତ୍ସବ ର ଆୟୋଜନ କରାଯାଇଥିଲା। କବିତା ଗୁଡ଼ିକୁ ସ୍ନିଗ୍ଧାରାଣୀ ପଟ୍ଟନାୟକ ଓ ମମତା ମଞ୍ଜରୀ ଦେବୀ ସଂଯୋଜନା କରିଥିଲେ। ଶେଷରେ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।