ଓଡ଼ିଆ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୁଲ୍ୟରେ ଆୟୋଜିତ ହେଉଛି ଜିଲ୍ଲାର ସର୍ବବୃହତ୍ ସାରସ୍ୱତ ସମାବେଶ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ । ଆଜି ଅପରାହ୍ନରେ ସ୍ଥାନୀୟ ସିନ୍ଦୁରିଆ ବିଦ୍ୟାଳୟ ପ୍ରାଙ୍ଗଣରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୩ ତାରିଖ ରବିବାର ଦିନ ଏହି ଉତ୍ସବ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ନବ ନିର୍ମିତ ବଲାଙ୍ଗି ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ଏହି ଉତ୍ସବ ଆୟୋଜିତ ହେବ ବୋଲି ବିଶିଷ୍ଟ ଲେଖକ ତଥା ଓଡ଼ିଆ ମିଡ଼ିଆର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ନୟାଗଡ଼ର ଲେଖକ ଙ୍କ ଭିତରେ ସହଭାବ ( fellow feelings) ବୃଦ୍ଧି କରିବା ସହ ଆଞ୍ଚଳିକ ସାହିତ୍ୟର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ୨୦୨୧ ମସିହା ଠାରୁ ଏ ଉତ୍ସବ ଆୟୋଜିତ ହୋଇଆସୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏଥର ଜିଲ୍ଲାର ୮ଟି ବ୍ଲକରୁ ୨୦ ରୁ ଉର୍ଦ୍ଧ୍ଵ ସାହିତ୍ୟ ସଂଙ୍ଗଠନ ଓ ୪୦୦ ରୁ ଅଧିକ ସାହିତ୍ୟ ଅନୁରାଗୀ ଏହି ଉତ୍ସବରେ ଯୋଗଦେବେ । ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରୁ ୨୦୦ ରୁ ଅଧିକ ଛାତ୍ର ପ୍ରତିନିଧି ମଧ୍ୟ ଏ ଉତ୍ସବରେ ଯୋଗଦେବେ । ଉତ୍ସବ ପୂର୍ବରୁ ସପ୍ତାହ ବ୍ୟାପୀ ସମସ୍ତ ବ୍ଲକ୍ ରେ ସ୍ଵତନ୍ତ୍ର ପ୍ରସ୍ତୁତି ପର୍ବ ଆୟୋଜନର ନିଷ୍ପତ୍ତି ହୋଇଛି । ମାର୍ଚ୍ଚ ୩ ତାରିଖ ଉତ୍ସବରେ ଜିଲ୍ଲା ବାହାରୁ ଶତାଧିକ ସାହିତ୍ୟିକ ଯୋଗ ଦେବେ ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି ।ଏ ଅବସରରେ ଦୁଇଟି ସମାନ୍ତରାଳ ମଞ୍ଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସମ୍ପାନ ସହ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ।
ଶ୍ରୀ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଆଜି ର ପ୍ରସ୍ତୁତି ବୈଠକରେ ଜିଲ୍ଲା ଆବାହନ ବ୍ୟଙ୍ଗ କବି ଗିରୀଶ ରଞ୍ଜନ ସାହୁ, ନୟାଗଡ଼ ଆବାହକ ଶେଖ୍ ଅବଦୁଲ ଖାଲିକ, ଦଶପଲ୍ଲା ଆବାହକ ତଥା କଥାକାର ହାଡ଼ିବନ୍ଧୁ ମହାଖୁଡ଼, ଓଡ଼ଗାଁ ଆବାହକ ଯଶୋବନ୍ତ ପଟ୍ଟନାୟକ, ଭାପୁର ଆବାହକ ନାରାୟଣ ଶୁକ୍ଲା, ଖଣ୍ଡପଡ଼ା ଆବାହକ ଲକ୍ଷ୍ମଣ କୁମାର ନାୟକ , ଗଣିଆ ଆବାହକ ଗିରିଶ ମିଶ୍ର, ରଣପୁର ଆବାହକ ନବକିଶୋର ମିଶ୍ର,ନୂଆଗାଁ ଆବାହକ ଶ୍ରୀଧର ବେହେରାଙ୍କ ସମେତସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ନିର୍ମଳ ଚନ୍ଦ୍ର ଶୂରଦେଓ, ଡ଼. ସୁକାନ୍ତି ମହାନ୍ତି ପ୍ରମୁଖ ବହୁ ସାହିତ୍ୟିକ ଉପସ୍ଥିତ ଥିଲେ । ନୟାଗଡ଼ ରୁ ଜିତୁ ନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।