ମାର୍ଚ୍ଚ ୫ତାରିଖରେ ବିଜେଡ଼ିର ବିରାଟ ସାଇକେଲ ରାଲି, ୧୦ରେ ମହିଳା ସମାବେଶ
ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ । ଆଜି ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗ ଦେଇ ବିଜୁ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ୫ ତାରିଖରେ ଏକ ସାଇକେଲ ରାଲି କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ସକାଳ ୭ଟା ସମୟରୁ ଇଟାମାଟି ଏମ.ଇ. ସ୍କୁଲ ପଡ଼ିଆ ଠାରୁ ସାଇକେଲ ରାଲି ବାହାରି ନୟାଗଡ଼ ଟ୍ରାଫିକ ଛକରେ ପହଞ୍ଚି ନୟାଗଡ଼ ଖେଳ ପଡ଼ିଆ ଠାରେ ସମାପ୍ତ ହେବ ।
ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ହୋଇଥିବାରୁ ଆସନ୍ତା ୧୦ ତାରିଖରେ ମହିଳା ସମାବେଶ ଅନୁଷ୍ଠିତ ହେବ । ୮ ତାରିଖ ଦିନ ମହାଶିବରାତ୍ରୀ ପଡୁଥିବାରୁ ୧୦ ତାରିଖକୁ ମହିଳା ସମାବେଶକୁ ଘୁଞ୍ଚାଇ ଦିଆଯାଇଛି । ଆଜି ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।