ମାଳିସାହି ସରସ୍ବତୀ ଶିଶୁମନ୍ଦିରରେ ବିଜ୍ଞାନମେଳା ଓ କଣ୍ଢେଇମେଳା ଅନୁଷ୍ଠିତ
ତା ୦୨/୦୮:- ନୂଆଗାଁ ବ୍ଲକ ମାଳିସାହି ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ପରିସରରେ ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ରୁଚି ସୃଷ୍ଟି କରାଇବା ପାଇଁ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଏବଂ ଅରୁଣ ଓ ଉଦୟ ଶ୍ରେଣୀ ଶିଶୁମାନଙ୍କ ପାଇଁ କଣ୍ଢେଇମେଳା ଅନୁଷ୍ଠିତ ହୋଇଯାଇଅଛି | ବିଜ୍ଞାନମେଳା ରେ ୩୦ ଜଣ କୁନି ବୈଜ୍ଞାନିକ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିବା ଜଣାଯାଇଛି, ସେହିପରି କଣ୍ଢେଇମେଳାରେ ୨୫ଜଣ କୁନିକୁନି ଶିଶୁ ବିଭିନ୍ନ ରଙ୍ଗ ବେରଙ୍ଗର ସୁସଜ୍ଜିତ କଣ୍ଢେଇ ପ୍ରଦର୍ଶନ କରିଛନ୍ତି |

ପ୍ରତିଯୋଗିତାର ବିଚାରକଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର କୁଣ୍ଡ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାମୋହନ ପତି ଓ ମୁରଲୀଧର ମହାରଣା ଯୋଗଦେଇ ପ୍ରକଳ୍ପଗୁଡିକ ମୂଲ୍ୟାଙ୍କନ କରିବା ସହିତ କୁନି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି |

ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ପଣ୍ଡା ସମସ୍ତ ଶିଶୁଙ୍କ ମନରେ ବୈଜ୍ଞାନିକ ଭାବନା ସୃଷ୍ଟି ହୋଇ ସମୃଦ୍ଧ ଦେଶ ଗଠନରେ ସହାୟକ ହେବାକୁ ପ୍ରେରଣା ଦେବା ସହିତ ଶିଶୁମାନଙ୍କୁ ପ୍ରତିଯୋଗିତା ପାଇଁ ସମୟ, ଶ୍ରମ ଓ ସହାୟକ ଭାବେ କାର୍ଯ୍ୟକରିଥିବା ପିତା, ମାତା, ଅଭିଭାବକ ଓ ଅଭିଭାବିକା ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହିତ ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ସକ୍ରିୟ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିବା ଜଣାଯାଇଛି |