Skip to content

ମା ଦକ୍ଷିଣ କାଳୀ ଙ୍କ ମୁଖ୍ୟ କବାଟ ପିତଳ ରେ ଝଲସିବ

ନୟାଗଡ଼ ଇଷ୍ଟ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣ କାଳୀ ଙ୍କ ମୁଖ୍ୟ ଦ୍ୱାରପିତଳ କବାଟ ରେ ଝଲସିବ, ବହୁ ବର୍ଷ ର ଅପେକ୍ଷା ପରେ ଆଜି 11ଘଟିକା ସମୟ ରେ ମା ଦକ୍ଷିଣ କାଳୀ ମନ୍ଦିର ପରିଚାଳନା କମିଟି ର ନବ ନିର୍ବାଚିତ କାର୍ଯ୍ୟକାରିଣୀ ବୈଠକ ମନ୍ଦିର ସଭାଗୃହ ରେ ସଭାପତି ପ୍ରମୋଦ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇ ନିଷ୍ପତି ଗ୍ରହଣ କରାଯାଇଛି, ଉକ୍ତ ପିତଳ କବାଟ ନିର୍ମାଣ ନିମନ୍ତେ ପ୍ରାୟ 10ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ସମସ୍ତ ଅର୍ଥ ଭକ୍ତ ମାନେ ଦାନ ଅର୍ଥ ରେ ପ୍ରଦାନ କରିବେ ବୋଲି ମତବ୍ୟକ୍ତ କରିଥିଲେ, ଏତଦ ବ୍ୟତୀତ ମନ୍ଦିର ଆୟ ବୃଦ୍ଧି, ଆଗାମୀ ପଣାଯାତ୍ରା, ମନ୍ଦିର ନୀତିକାନ୍ତି ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇ ସର୍ବ ସଂମ୍ମତି କ୍ରମେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଷ୍ପତି ଗ୍ରହଣ କରା ଯାଇଥିଲା, ଅନ୍ୟ ମାନଙ୍କମଧ୍ୟ ରେ ସମ୍ପାଦକ କିଷାନ କୁମାର ଦାସ,

ଉପସଭାପତି ଦାଶରଥି ସାହୁ,, ଲକ୍ଷ୍ମୀଧର ମହାପାତ୍ର, କୋଷାଧକ୍ଷ କମଳ କୁମାର ପଟ୍ଟନାୟକ, ଙ୍କ ସମେତ 25ଜଣ ରୁ ଉର୍ଦ୍ଧ କାର୍ଯ୍ୟକାରିଣୀ ସଭ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ଗତ ପଣା ଯାତ୍ରା ସମୟରେ ବିଶେଷ ସହଯୋଗ କରିଥିବା ପୋଲିସ ବିଭାଗ, ଅଗ୍ନି ସମ ବିଭାଗ, ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଧିକାରୀ, ଦେବୋତର ମ୍ୟାନେଜର ଙ୍କ ସମେତ ପ୍ରତି ନିଧିମାନେ ପ୍ରସାଦ ସେବନ ରେ ଯୋଗ ଦେଇ ଥିଲେ

Ad 1