*ୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ସୀଙ୍ଗାରପଲ୍ଲି ପଞ୍ଚାୟତ ଅନ୍ତର୍ଗତନୂଆଗାଁ ଗ୍ରାମ ର ପୂର୍ବ ପାର୍ଶ୍ଵସ୍ଥ, ଶୁଳୀଆ ପାହାଡର ପାଦଦେଶରେ, ସବୁଜ ସୁନ୍ଦର ମନଲୋଭା ପ୍ରାକୃତିକ ଘଞ୍ଚ ବନାନୀ ପରିବେଶ ମଧ୍ୟରେ ଥିବା *ରଳବଗଡ ନାମକ ସ୍ଥାନରେ କାହିଁ କେତେ କାଳରୁ, ପୂଜା ପାଇଆସୁଥିବା ପ୍ରତ୍ୟକ୍ଷ ଦେବୀ *ମା ବାଉରୀ ଠାକୁରାଣୀ* ଙ୍କ ପବିତ୍ର ପୀଠରେ ଚଳିତ ବର୍ଷ ତିନି ଦିନ ଧରି *ବିଶ୍ଵଶାନ୍ତି ଗୀତା ମହାଯଜ୍ଞ* ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ଗ୍ରାମବାସୀ ଓ ଆଖ ପାଖ ଅଞ୍ଚଳ ର ବଦ୍ୟାନ୍ୟ ବ୍ୟକ୍ତିଙ୍କ ସହଯୋଗ କ୍ରମେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଏହି ଆଧ୍ୟାତ୍ମିକ ଉତ୍ସବ “ବିଶ୍ଵଶାନ୍ତି ଗୀତା ମହାଯଜ୍ଞ” ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା।ଚଳିତ ପୌଷ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଇଂରାଜୀ ତା ୧୩/୦୧/୨୦୨୫ ରିଖ ସୋମବାର ଠାରୁ ତା ୧୬/୦୧/୨୦୨୫ ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଉତ୍ସବରେ ସୋମବାର ଦିନଅଙ୍କୁରାରୋପଣ,ମଙ୍ଗଳବାର ଜଳଯାତ୍ରା,ଅଗ୍ନି ସ୍ଥାପନା ଓ ବ୍ରାହ୍ମଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବୁଧ ବାର ଯଜ୍ଞାହୁତି,ଆହୁତି ଓ ଗୀତାପାଠ ଏବଂ ତା ୧୬/୧ ଗୁରୁବାର ଦିନ ପୂର୍ଣ୍ଣାହୁତି,ପ୍ରସାଦ ସେବନ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମା ବାଉରୀ ଠାକୁରାଣୀ ପରିବାରବର୍ଗ ସୀଙ୍ଗାରପଲ୍ଲି ଓ ବାହାଡ଼ାଝୋଲା ପଞ୍ଚାୟତ ପକ୍ଷରୁ ବାବା ସନାତନ ଦାସ ଙ୍କ ତତ୍ବାବଧାନରେ ନୂଆଗାଁ ଗ୍ରାମବାସୀ ଦ୍ଵାରା ଆୟୋଜିତ ଏହି ଆଧ୍ୟାତ୍ମିକ ଉତ୍ସବ ରେ ଆଖ ପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗଦେଇଥିଲେ।ଘଞ୍ଚ ସବୁଜ ବନାନୀ ର ପ୍ରାକୃତିକ ସୌନ୍ଦର୍ଯ୍ୟ ମୟ ପରିବେଶ କୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉପଭୋଗ କରିବା ସହ *ମା ବାଉରୀ ଠାକୁରାଣୀ* ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ।ଯଜ୍ଞ ଉତ୍ସବ ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତ ଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।ଯଜ୍ଞ ମଣ୍ଡପ ସମ୍ମୁଖରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, ପୌରାଣିକ ନାଟକ “ଦାଣ୍ଡରେ ବୁଲୁଛି ବ୍ରହ୍ମ ଚଣ୍ଡାଳ” କୁ ଉପସ୍ଥିତ ଦର୍ଶକ ମାନେ ଉତ୍ସାହ ର ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା। ନୂଆଗାଁ ଗ୍ରାମ ସଭାପତି ଯଜ୍ଞ କର୍ତ୍ତା ହୋଇଥିବା ବେଳ,ବେଦଜ୍ଞ ବ୍ରାହ୍ମଣ ଦିବାକର ପ୍ରହରାଜ, ଯୋଗିନାଥ କର,ଅରୂପ ବିହାରୀ ଆଚାର୍ଯ୍ୟ ,ସୁବାସ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ବୈଦିକ ରୀତି ନୀତି ଅନୁଯାୟୀ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ।ଏହି ଆଧ୍ୟାତ୍ମିକ ଉତ୍ସବରେ ସମାଜସେବୀ ତଥା ଆଦର୍ଶ କୃଷକ ସୂର୍ଯ୍ୟ ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ମା ଙ୍କ ପୀଠରେ ଖୋଲିଥିବା ବିଭିନ୍ନ ଦୋକାନ ସବୁରେ ଗହଳି ଲାଗିଥିବାର ଦେଖିବାକୁ ମିଳିଥିଲା।ବାହାଡ଼ାଝୋଲା ପୋଲିସ ଫାଣ୍ଡି ଅଧିକାରୀ ମହମ୍ମଦ ଜାଫ୍ରୁଲା ଏବଂ ପୋଲିସ କନେଷ୍ଟ ବଳ ଜିତେନ୍ଦ୍ର କୁମାର ସେଠି ଙ୍କ ସମେତ ପୋଲିସ କର୍ମଚାରୀ ମାନେ ରାତ୍ର ପର୍ଯ୍ୟନ୍ତ ଉପସ୍ଥିତ ରହି ଶାନ୍ତି ରକ୍ଷା କରିଥିଲେ।ନୂଆଗାଁ ଗ୍ରାମ ପରିଚାଳନା କମିଟି ସଦସ୍ୟ ଙ୍କ ସମେତ ସମସ୍ତ ଗ୍ରାମବାସୀ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ସମସ୍ତ ସହଯୋଗ କରିଥିଲେ।ସୂଚନା ଯୋଗ୍ୟ ଶୁଳିଆ ସଂରକ୍ଷିତ ଜଙ୍ଗଲର ଶୁଳିଆପାହାଡ ପାଦଦେଶରେ ଥିବା ଏହି ପ୍ରତ୍ୟକ୍ଷ ଦେବୀ ପୀଠ କୁ ସବୁଦିନିଆ ରାସ୍ତା ଟିଏ ନଥିବାରୁ, ଏହି ଦେବୀ ପୀଠ କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ଏବଂ ବଣଭୋଜି କରିବା ପାଇଁ ଆସୁଥିବା ପ୍ରକୃତି ପ୍ରେମୀ ମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଲୋକଲୋଚନ ଆଡୁଆଳ ରେ ରହିଆସୁଥିବା ଏହି ପୁରାତନ ଦେବୀ ପୀଠ କୁ ଜିଲ୍ଲାପ୍ରଶାସନ ଏବଂ ବନବିଭାଗ ପକ୍ଷରୁ *ଇକୋ-ଟୁରିଜିମ* ଯୋଜନାରେ ସାମିଲ କରାଯାଇ ଏହାର ଉନ୍ନତି କରଣ କରାଯିବା ସହ ଯାତାୟତ ପାଇଁ ସବୁଦିନିଆ ରାସ୍ତା ଟିଏ ନିର୍ମାଣ କରାଗଲେ ରାଳବଗଡ ସ୍ଥିତ ଏହି ଦେବୀ ପୀଠ ଟି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହେବାସହ , ଅଞ୍ଚଳର ବିକାଶ ରେ ସହାୟକ ହୋଇପାରିବ।ଏଣୁ ଏହି ଦେବୀ ପୀଠ ର ଉନ୍ନତି କରଣ କରାଯାଇ ଜିଲ୍ଲାର ଅନ୍ୟ ଏକ ପର୍ଯ୍ୟଟନସ୍ଥଳୀ ର ମାନ୍ୟତା ପ୍ରଦାନ ଦିଗରେ ଜିଲ୍ଲା ପ୍ରଶାସନ,ବନବିଭାଗ,ଓ ଜନପ୍ରତିନିଧି ମାନେ ଆବଶ୍ୟକ ଦୃଷ୍ଟି ଦେବା ନିମନ୍ତେ ଅଞ୍ଚଳ ର ବୁଦ୍ଧିଜୀବୀ,ପ୍ରକୃତୀପ୍ରେମି ଙ୍କ ସମେତ ଅଞ୍ଚଳ ବାସି ଦାବି ଜଣାଇଛନ୍ତି