ମା ବିରଚଣ୍ଡୀ ଚୂଡ଼ାମିଲ ଗ୍ରାମ୍ୟବସତି ବାହାରକୁ ସ୍ଥାନାନ୍ତରିତ ପ୍ରସଙ୍ଗ | ଜବାବ ଦାଖଲ ପାଇଁ ହାଇକୋର୍ଟ ଜାରିକଲେ ନୋଟିସ

ନୟାଗଡ ସହର ନିକଟସ୍ଥ କଳାହାଣ୍ଡି ଗ୍ରାମରେ, ଗ୍ରାମ୍ୟ ଜନବସତି ଭିତରେ ମା ବୀରଚଣ୍ଡୀ ଚୁଡା ମିଲ ଆବଶ୍ୟକୀୟ  ପରିବେଶ ମଞ୍ଜୁରୀ, ଅଗ୍ନି ନିର୍ବାପନ ପ୍ରମାଣପତ୍ର ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନଥାଇ ଏହି ବିରାଟ ଚୂଡା ମିଲ ଦିନକୁ ୩୦ଟନ ଚୁଡା ଉତ୍ପାଦନ କରୁଅଛି । 

ଗ୍ରାମ ଭିତରେ ଏହି ମଧ୍ୟମ ଶିଳ୍ପ ଚାଲୁଥିବାରୁ ମିଲ ସଂଲଗ୍ନ ଜନବସତି ରେ ସଂପୂର୍ଣ୍ଣ  ପରିବେଶ ଦୂଷିତ, ଧୂଆଁ ଏବଂ ପାଉଁଶ, ଯୋକ ଯୁକ୍ତ ପୋଚ ପାଣିରେ ପ୍ରଭାବିତ ହୋଇ ବହୁ ଲୋକ ଦ୍ଵରାସାଧ୍ୟ ରୋଗାକ୍ରାନ୍ତ ହୋଇ ଏହି ମିଲକୁ ଜନବସତିରୁ ସ୍ଥାନାନ୍ତରିତ କରିବା ପାଇଁ ନୟାଗଡ DFO ଏବଂ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଯେତେ ନେହୁରା ହେଲେ ମଧ୍ୟ ଯେହେତୁ ମିଲ ମାଲିକ ବିଜୁ ଜନତା ଦଳର ଜଣେ ପ୍ରମ୍ମୁଖ ଆଗ ଧାଡିର ନେତା ଏବଂ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ଭାବେ ମୁଥାଗାଡିଆ ପଞ୍ଚାୟତର ସରପଞ୍ଚ ହୋଇଥିବାରୁ ପ୍ରଶାସନ ତାଙ୍କୁ ବହୁ ମାତ୍ରାରେ ଅନୁକମ୍ପା ଦେଖାଇ ମିଲକୁ ସ୍ଥାନାନ୍ତରିତ କରିବା ଦିଗରେ କୌଣସି ପଦକ୍ଷେପ ଜାଣି ଶୁଣି ଦେଉ ନାହାନ୍ତି  । 

ଏଣୁ କଳାହାଣ୍ଡି ଗ୍ରାମର ନନ୍ଦକିଶୋର ବାଘ ରାଜ୍ୟ ସରକାରଙ୍କର ଜଙ୍ଗଲ ପରିବେଶ ବିଭାଗ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ ଜିଲ୍ଲାପାଳ ଏବଂ ସମ୍ପୃକ୍ତ ମା ବୀରଚଣ୍ଡୀ ଚୂଡା ମିଲ ମାଲିକଙ୍କୁ ପକ୍ଷଭୁକ୍ତ କରି ମାନ୍ୟବର ଉଚ୍ଚ ନ୍ୟାୟଳୟରେ ଗ୍ରାମ୍ୟ ପରିବେଶ ଦୂଷିତ କାରଣ ଜନିତ ରେ ଚୂଡା ମିଲକୁ ସ୍ଥାନାନ୍ତରିତ କରିବା ପାଇଁ ଏକ ରିଟ ପିଟିସନ WP(C ) No-4501/2022 ଆବେଦନ କରିଥିଲେ । 

ଏହାର ଶୁଣାଣିକରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନ୍ୟାୟମୂର୍ତ୍ତୀ Arindam Sina (ଅରିନ୍ଦମ ସିନା) ପ୍ରତିପକ୍ଷ ରାଜ୍ୟ ସରକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ ଜିଲ୍ଲାପାଳ ଏବଂ ସମ୍ପୃକ୍ତ ମିଲ ମାଲିକଙ୍କୁ କାହିଁକି ମିଲ ସ୍ଥାନାନ୍ତରିତ କରାଯିବ ନାହିଁ, ସେ ସଂକ୍ରାନ୍ତ ଜବାବ ଦାଖଲ ପାଇଁ ନୋଟିସ ଜାରି କରୁଛନ୍ତି ଏବଂ ଏହାର ପରବର୍ତ୍ତୀ ଶୁଣାଣି ତା୨୧.୦୪.୨୦୨୨ରିଖରେ କରିବା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟଳୟନିର୍ଦ୍ଦେଶ ଦେଇଛନ୍ତି |ଏହାସହ ମାନ୍ୟବର ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶନାମା ନକଲ ସଲଗ୍ନ କରଗଲା ।         
                   

You might also like
Leave a comment