ସୂଚନା ଅନୁଯାୟୀ ଗତକାଲି ରାତ୍ର 8ଘଟିକା ସମୟ ରେ ବାଲୁଗାଁ ଗ୍ରାମ ରୁ ପ୍ରଶବ ନିମନ୍ତେ ମୁଖ୍ୟ ଚିକିତ୍ସା ଳୟକୁ ଆସିଥିଲେ,ଡାକ୍ତର ଚିକିତ୍ସା ରୋଗୀଙ୍କ ପାଇଁ ଅବହେଳା କରିଥିଲେ,
ଚିକିତ୍ସା ଅବହେଳାରୁ ପ୍ରସବ କରିନପାରି ଗର୍ଭବତୀ ମହିଳା ଏବଂ ତାଙ୍କ ପେଟରେ ଥିବା ଶିଶୁ ପୁତ୍ରର ମୃତ୍ୟୁ ହୋଇଛି, ଯାହାକୁ ନେଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଉତେଜନା ଉତେଜନା ଜାରି ରହିଛି । ଅଭିଯୋଗ ଅନୁଯାଇ ବାଲୁଗାଁର ସଂଜୟ କୁମାର ନାୟକଙ୍କ ପତ୍ନୀ ମମତା ସ୍ୱାଇଁ(୨୭)ଙ୍କର ପ୍ରସବ ବେଦନା ବଢିବାରୁ ଗତକାଲି ରାତି8ଘଟିକା ସମୟ ରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିଲେ, କିନ୍ତୁ ଦାୟିତ୍ୱରେ ଥିବା ନର୍ସ ଏବଂ ଡାକ୍ତର ମାନେ ଚିକିତ୍ସା କରିବାରେ ବିଳମ୍ବ କରିଥିଲେ,

ଯାହା ଫଳରେ ଚିକିତ୍ସାରେ ଅବ ହେଳା ସହିତ ଠିକ ସେ ସେବା ନମିଳିବାରୁ ରାତ୍ର 3ଘଟିକା ସମୟ ରେ ପ୍ରାଣ ହରାଇଲେ,ଯାହା ଦ୍ୱାରା ମେଡିକାଲ ରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇ ଛି, ଖବର ପାଇଁ ନୟାଗଡ ସଦର ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖି ଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି, ଏଥି ସହିତ ମହିଳା ଙ୍କ ଶବ ମୁଖ୍ୟ ଚିକିତ୍ସା ଳୟ ରେ ପଡି ରହିଛି,ଉତେଜନା ଜାରି ରହିଥିବା ବେଳେ ଥାନା ଅଧିକାରୀ ସହ ଏସଡିପିଓ, ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକମେଡିକାଲ ରେ ପହଂଚି ବୁଝା ସୁଝା କରୁଥିବା ସୂଚନା ମିଳିଛି