Skip to content

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅରୁଣ, ନୟାଗଡ଼ ବାସୀଙ୍କ ଆଶୀର୍ବାଦ ଲୋଡିଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ଲୋକ ସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ର ତିନି ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ନୟାଗଡ଼ ବିଧାନ ସଭା ପାଇଁ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃ ଟିକେଟ ପ୍ରଦାନ କରିଛନ୍ତି । ଏଥି ନିମନ୍ତେ ନୟାଗଡ଼ ବିଧାୟକ ଡ଼.ସାହୁ ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏଥି ସହିତ ନୟାଗଡ଼ ବାସୀ ଙ୍କର ଅତୁଟ ସମର୍ଥନ ପାଇଁ ସେ ସମସ୍ତ ଙ୍କୁ କୋଟି କୋଟି ପ୍ରାଣମ କରିଛନ୍ତି । ନୟାଗଡ଼ ବାସୀଙ୍କର ସ୍ନେହ ଶ୍ରଦ୍ଧା କୁ ସେ ସଦାବେଳେ ଭୁଲି ପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏଥି ସହ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଲୋଡ଼ି ଛନ୍ତି । ସଦାସର୍ବଦା ନୟାଗଡ଼ ବାସୀଙ୍କର ସେବା କରିବା ପାଇଁ ସଙ୍କଳ୍ପ ବୋଧ ବୋଲି ପ୍ରକାଶ କରିଛନ୍ତି । ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପ୍ରାର୍ଥୀ ଭାବେ ସତ୍ୟନାରାୟଣ ପ୍ରଧାନ ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ର ରମେଶ ଚନ୍ଦ୍ର ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଆଶୀର୍ବାଦ କରିଛନ୍ତି । ନୟାଗଡ଼ ରୁ ଜିତୁନ ମହାପାତ୍ର ରିପୋଟ ନୟାଗଡ଼ ଟୁଡ଼େ ।

Ad 1