Skip to content

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆମ ହସ୍ପିଟାଲ ଉଦଘାଟିତ

ରାଜ୍ୟ ର 15ଟି ଜିଲ୍ଲା ରେ 67ହସ୍ପିଟାଲ ରୂପାନ୍ତରିତ କରାଯାଇ ଆମ ହସ୍ପିଟାଲ ଉଦଘାଟିତ ହୋଇଛି, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5-ଟି ଅଧକ୍ଷ ଭି,କେ ପାଣ୍ଡିଆନ ଅଭାସି ମାଧ୍ୟମ ରେ ଏହାକୁ ଉଦଘାଟନ କରିଛନ୍ତି,ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ, ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଖଣ୍ଡପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆମ ହସ୍ପିଟାଲ ଯୋଜନା ରେ ସାମିଲ କରାଯାଇଛି,

ରଣପୁର ଡାକ୍ତର ଖାନା ଠାରୁ ସ୍ଥାନୀୟ ଜନସାଧାରଣ ଏବଂ ଜନ ପ୍ରତିନିଧି ଅଭାସି ମାଧ୍ୟମ ରେ ମୁଖ୍ୟ ମନ୍ତ୍ରୀ ଙ୍କ ଶହ ଯୋଡି ହୋଇଥିଲେ,ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା କରାଯାଉଥିବା ଜନ ହିତକର ଯୋଜନା ଗୁଡିକ ର ଲୋକ ପ୍ରିୟତା ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ,ଆମ ହସ୍ପିଟାଲ ଦ୍ୱାରା ଜନ ସାଧାରଣ ଉପକୃତ ହୋଇ ପାରିବେ ବୋଲି କହିଥିଲେ,

ମୁଖ୍ୟ ମନ୍ତ୍ରୀ ଆଜି 15ଜିଲ୍ଲା ର 67ଆମ ହସ୍ପିଟାଲ କୁ ଉଦଘାଟନ କରିଛନ୍ତି, ନୟାଗଡ଼ ଠାରେ ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ସିଡ଼ିଏମଓ ରମାକାନ୍ତ ପଣ୍ଡା, ଏଡିଏମ ଅଜୟ କୁମାର ବାହିନୀପତି, ପ୍ରମୁଖ ଉପସ୍ଥିତ ଥିଲେ,

ରଣପୁର ବିଧାୟକଙ୍କ ସମେତ ବିଡ଼ିଓ ସୁଧୀର ନାୟକ, ଏନଏସି ଅଧକ୍ଷା ରଙ୍ଗୀନ ମହାନ୍ତି, ବ୍ଳକ ଉପାଧକ୍ଷପ୍ରଭାତ ଦଳବେହେରା, ସମସ୍ତ କାଉନସିଲର ପ୍ରମୁଖ ଯୋଗ ଦେଇ ଥିଲେ,

Ad 1