Skip to content

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର(ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଓ ୪ ଜଣ ଛାତ୍ରଛାତ୍ରୀ ହେଲେ ସମ୍ମାନିତ)

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର(ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଓ ୪ ଜଣ ଛାତ୍ରଛାତ୍ରୀ ହେଲେ ସମ୍ମାନିତ)5t ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣର ଏକ ପ୍ରୟାସ ସ୍ୱରୂପ ଚଳିତ ବର୍ଷ ପ୍ରଦାନ କରାଯାଇଛି ” ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପୁରସ୍କାର ସମାରୋହର ରାଜ୍ୟର ବିଭିନ୍ନ ବିଦ୍ୟାଳୟ,ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ମିଳିବ ସମ୍ମାନ,ବଢିବ ଉତ୍ସାହ,ଆଣିବ ଆଗ୍ରହ ର ବାର୍ତ୍ତା ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ।

ପୁରସ୍କାର ପ୍ରଦାନ ଉତ୍ସବରେ ନୟାଗଡ ଜିଲ୍ଲା ସ୍ଥିତ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟାମାଟିର ଗଣିତ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା, ଜିଲ୍ଲାସ୍ତରୀୟ ମାଧ୍ୟମିକ ଶିକ୍ଷକ ପୁରସ୍କାର ପାଇଥିବା ବେଳେ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଜିଲ୍ଲାର ଏକମାତ୍ର ସି. ଆର. ସି. ସି ଭାବେ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଏଥି ସହିତ ବିଦ୍ୟାଳୟର ଚାରି ଜଣ ଛାତ୍ରଛାତ୍ରୀ ଯସ୍ମିନ ନାୟକ,ବାନାମ୍ବର ସାହୁ,ଆଶିଷ କୁମାର ସାହୁ ଓ ଗାୟତ୍ରୀ ସାହୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଛନ୍ତି। ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଏବଂ ଇଟାମାଟି ଗ୍ରାମ ପଞ୍ଚାୟତ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଅଛି।

Ad 1