ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ଅନ୍ତର୍ଗତ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବଆସନ୍ତା ଜାନୁଆରୀ ମାସ 31ତାରିଖ ଦିବା 2.30ଘଟିକା ଠାରୁ ସନ୍ଧ୍ୟା 7.30ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ଥରେ ମହା ସମାରୋହ ରେ ଅନୁଷ୍ଠିତ ହେବାକୁ ଯାଉଛି, ଏଥି ନିମନ୍ତେ ନୟାଗଡ଼ ଜିଲ୍ଲା ରୁ ବିଭିର୍ନ ପର୍ଯ୍ୟl ୟ ରେ ମେଧାବୀ ଛାତ୍ର ଛାତ୍ରୀ, ବିଦ୍ୟାଳୟ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଓ ଶିକ୍ଷୟତ୍ରୀ, ବିଭିର୍ନ ବିଷୟ ରେ କୃତି ଶିକ୍ଷକ ଶିକ୍ଷୟତ୍ରୀ, ଓ ବ୍ଳକ ଉକ୍ତ ରାଜ୍ୟ ସ୍ତରୀୟ ଉତ୍ସବ ରେ ପୁରସ୍କୃତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ଛାତ୍ର ଏକାଡେମୀ ପୁରସ୍କାର ପର୍ଯ୍ୟାୟ ରେ ଜିଲ୍ଲା ରୁ ମୋଟ, 6ଜଣ ଯୋଗ୍ୟ ବେବେଚିତ ହୋଇଥିବା ବେଳେ ଛାତ୍ର ମେରିଟ ବୃଦ୍ଧି ପର୍ଯ୍ୟାୟ ରେ ଜିଲ୍ଲା ରୁ ମୋଟ 69ଜଣ ଛାତ୍ର ଛାତ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେହିପରି ଜିଲ୍ଲା ମାଧ୍ୟମିକ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ, ପର୍ଯ୍ୟାୟ ରେ ରାଜ୍ୟ ସ୍ତରୀୟ ପୁରସ୍କାର ପାଇବାକୁ ଖଣ୍ଡପଡା ବ୍ଳକ ଅନ୍ତର୍ଗତ କୁମ୍ଭାରପଡା ଉଚ୍ଚ ବିଦ୍ୟାଳୟ, ଓ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଯୋଗ୍ୟ ବିବେଚିତ ହୋଇ ଜିଲ୍ଲା କୁ ଗୌରବ ମଣ୍ଡନ କରିଛନ୍ତି,
7ଟି ବିଷୟ ଭିତିକ ଜିଲ୍ଲା ସ୍ତରୀୟ କୃତି ଶିକ୍ଷକ,, ଶିକ୍ଷୟତ୍ରୀ ପର୍ଯ୍ୟାୟ ରେ ପ୍ରଥମ ଭାଷା,, ଦ୍ୱିତୀୟ ଭାଷା, ତୃତୀୟଭାଷା, ଗଣିତ ସାଧାରଣ ବିଜ୍ଞାନ,, ସାମାଜିକ ବିଜ୍ଞାନ, ଓ ଶାରୀରିକ କ୍ଷେତ୍ର ରେ ପ୍ରତି ବର୍ଗ ରୁ ଦୁଇ ଜଣ କରି ମୋଟ 14ଜଣ କୃତି ଶିକ୍ଷକ, ଶିକ୍ଷୟତ୍ରୀ, ପୁରସ୍କାର ପାଇବା ପାଇଁ ନୟାଗଡ଼ ଜିଲ୍ଲା ରୁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେହିପରି ବ୍ଳକ ପର୍ଯ୍ୟାୟ ରେ ଖଣ୍ଡପଡା ବ୍ଳକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଜିଲ୍ଲା କୁ ଗୌରବ ମଣ୍ଡିତ କରିଛନ୍ତି,ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଓ କୃତି ଛାତ୍ର, ଛାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶଂସା ଓ ଅଭିନନ୍ଦନ, ଜଣାଇ ଦିଆଯାଇଛି ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ