ନୟାଗଡ଼, ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୩ ଗୋଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି ଭୋଟ ଦାନ । ଆଜି ସରୁଛି ପ୍ରଚାର କାର୍ଯ୍ୟ । ଶେଷ ଦିନରେ ସବୁ ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଥିବା ଡ. ଅରୁଣ କୁମାର ସାହୁଙ୍କ ପ୍ରଚାର କାର୍ଯ୍ୟ ନିଆରା ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ସଂଘର୍ଷ ହେବାକୁ ଯାଉଥିବା ବେଳେ ବିଜେଡି ପ୍ରଚାର ଓ ପ୍ରସାର ସ୍ତରରେ ୧ ନଂ ସ୍ଥାନରେ ରହିଛି । ବିଜେଡି ପ୍ରାର୍ଥୀ ଡ. ସାହୁ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭେଟି ସାରିଲେଣି । କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରଚାର ପ୍ରସାର ଯୋର କରାଯାଉଥିଲେ ମଧ୍ୟ ପ୍ରାର୍ଥୀ ମାନେ ଲୋକଙ୍କ ପାଖରେ ପହଞ୍ଚି ପାରି ନାହାନ୍ତି ।
ଏପରିକି ଅନେକ ଗାଁର ଲୋକ ପ୍ରାର୍ଥୀ ମାନଙ୍କୁ ଦେଖି ପାରି ନାହାନ୍ତି । ଆଜି ନିର୍ବାଚନର ଶେଷ ଦିନରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ସକାଳ ୭ଟାରୁ ଡେଙ୍ଗେରାଗୋଡି, ରାଧାନାଥପୁର, ଗଦାଧରପ୍ରସାଦ, ଚମ୍ପତିପୁରରେ ପଦଯାତ୍ରା, ଇଟାମାଟିରେ ବାଇକ୍ ରାଲି, ମର୍ଦ୍ଦରାଜପୁରରେ ଉଦବୋଧନ ସହିତ ଚିନରେ, ନାଗମୁଣ୍ଡୁଳି, ଆଡ଼ଚେର ଓ ଗମେଇରେ ପ୍ରଚାର କାର୍ଯ୍ୟକୁ ଯୋରଯାର କରିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ମୁଣ୍ଡରେ ଠେକା ଦେଇ ଡ. ସାହୁ ପ୍ରଚାର କାର୍ଯ୍ୟକୁ ଯୋରଦାର କରିଛନ୍ତି । ନବୀନଙ୍କ ଗୋଟିଏ ଛତାରେ ସମସ୍ତ କର୍ମୀ ପାଗଳ ହୋଇଛନ୍ତି । ପ୍ରଚାର କାର୍ଯ୍ୟର ଶେଷ ଦିନରେ ଅରୁଣ ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ଉପରେ ଲୋକମାନଙ୍କୁ ସଚେତନତା କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ନୟାଗଡ଼କୁ ଭଲ ପାଇ ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିକାଶଶୀଳ ହୋଇଛି । ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଉଛନ୍ତି । ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତାକୁ ଦ୍ୱିଗୁଣିତ କରାଯାଇଛି । ଏଥି ସହିତ ଆଗାମୀ ଦିନରେ ମାଗଣା ବିଜୁଳି ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ରାସ୍ତାଘାଟଠାରୁ ଆରମ୍ଭ କରି ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଏହା ସହ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ମୁଳକ କାର୍ଯ୍ୟ ହୋଇଥିବା ପ୍ରକାଶ କରିଥିଲେ ବିଧାୟକ ପ୍ରାର୍ଥୀ ଅରୁଣ । ନିର୍ବାଚନ ନୁହେଁ ସାରା ବର୍ଷ ତମାମ ଆପଣ ମାନଙ୍କ ପାଖରେ ମୁଁ ରହି ଆସିଛି । ଲୋକଙ୍କ ସେବା ପାଇଁ ମୁଁ ସବୁବେଳେ ତତ୍ପର ଏବଂ କାର୍ଯ୍ୟ କରିବା ମୋର ଏକ ନିଶା ବୋଲି କହିଥିଲେ।ଏହି ବିଜୟ କେବଳ ମୋର ହେବନାହିଁ,ବରଂ ମୋ ଅଞ୍ଚଳବାସୀଙ୍କର ବିଜୟ ହେବ ବୋଲି କହିଥିଲେ । ଠିକ ସେହିପରି କୌଣସି ବିକାଶମୂଳକ କାର୍ଯ୍ୟକୁ ଯେପରି କଷ୍ଟ ସ୍ୱୀକାର କରି ନିର୍ମାଣ କରାଯାଇଥାଏ,ସନ୍ତାନକୁ ଜନ୍ମ ଦେଇଥିବା ମା\’ହିଁ ବୁଝିପାରିବ। ଆଶା କରୁଛି ଆପଣ ସେ କଷ୍ଟକୁ ବୁଝିପାରିବେ।ସେ କଷ୍ଟକୁ ସହ୍ୟ କରିବା ଲାଗି ଶକ୍ତି ଓ ସାହସ ଯୋଗାଇଦେବେ ଓ ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ସାରା ଭାରତବର୍ଷରେ ରେକର୍ଡ ସୃଷ୍ଟି କରିବେ ବୋଲି କହିଥିଲେ ଅରୁଣ।
ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ସମେତ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସଂକଳ୍ପ ନେଇଛି ବୋଲି ପ୍ରକାଶ କରିଛନ୍ତି।ଏଥି ସହିତ ଯୁବବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶିଳ୍ପ,ଶିକ୍ଷା,ସ୍ବାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା କହିଛନ୍ତି। ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜୋନର ଜିଲ୍ଲା ପରିଷଦଙ୍କ ସମେତ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଡ. ସାହୁଙ୍କୁ ସମସ୍ତ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।