ରଣପୁର ୧୪ ଜାନୁୟାରୀ :– “ଜୀବନ ଦାନ ଅଭିଯାନ ଓ କୁମୁଦିନୀ ନର୍ସିଂ କଲେଜ କଲେଜ” ଆନୁକୂଲ୍ୟରେ ଆଜି ରଣପୁର ଜେଲ ଛକ ନିକଟ କୁମୁଦିନି କଲେଜ ପରିସରରେ “ମୃତ୍ୟୁ ପରେ ଶରୀର ଦାନ ” ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଯୋଗ ଦେଇଥିବା ଅତିଥି ମାନେ ମାନବ ସଭ୍ୟତା କୁ ଦୀର୍ଘ ସ୍ଥାୟୀ କରିବା ଓ ମାନବ ଜୀବନକୁ ସୁରକ୍ଷା ଦେବା ସମ୍ପର୍କରେ ଆଲୋଚନା କରିଥିଲେ।ପରମ୍ପରା ଓ ରୀତିନୀତି ନାମରେ ମୃତ ଶରୀର କୁ ପୋଡି ଦେଇ ଓ ପୋତି ଦେଇ ନଷ୍ଟ କରିବା ଅପେକ୍ଷା ଏ ସମାଜ ରେ ଅଙ୍ଗ ବିହୀନ ଙ୍କୁ ଅଙ୍ଗ ଦେଇ ନୂଆ ଜୀବନ ଦେବା ସହ ଅମର ହୋଇ ରହିବାକୁ ପରାମର୍ଶ ଦେଇଥିଲେ।
ଶରୀର ଦାନ ଭଳି ମହତ ଦାନ ଏ ସମାଜରେ ବିରଳ।ତେଣୁ ନିଜେ ବୁଝିବା ସହ ସମସ୍ତ ଜନଗଣଙ୍କୁ ବୁଝାଇ ଏହି ମହାନ କାର୍ଯ୍ୟକୁ ପ୍ରତି କ୍ଷେତ୍ରରେ ସଙ୍ଗଠିତ କରିବାକୁ ଅତିଥି ମାନେ ଆହ୍ବାନ ଦେଇଥିଲେ।ଏହି ଶିବିରରେ ନର୍ସିଂ ଛାତ୍ର ଛାତ୍ରୀଙ୍କ ସହ ପ୍ରାୟ ଶତାଧିକ ପୁରୁଷ ମହିଳା ଯୋଗ ଦେଇଥିଲେ।ପୂର୍ବରୁ ଶରୀର ଦାନ କରିଥିବା ୬ ଜଣଙ୍କୁ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ୨୦ ଜଣ ବ୍ୟକ୍ତି ଶରୀର ଦାନ ପାଇଁ ସ୍ବାକ୍ଷର କରିଥିଲେ।ନର୍ସିଂ ଛାତ୍ର ମାନେ ବିଭିନ୍ନ କାର୍ଯ୍ୟକ୍ରମ ଜରିୟାରେ ଅଙ୍ଗଦାନ ପାଇଁ ବାର୍ତ୍ତା ଦେଇଥିଲେ।
ଏହି ଶିବିରରେ ରଣପୁର ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବୈଦ୍ୟନାଥ ନନ୍ଦ ମୁଖ୍ୟ ଅତିଥି ,ଜୀବନ ଦାନ ଅଭିଯାନର ରାଜ୍ୟ ସଂଯୋଜକ ଦେବେନ୍ଦ୍ର ସୁତାର ମୁଖ୍ୟ ବକ୍ତା, ବିଶିଷ୍ଟ କବି ବିଶ୍ଵନାଥ ମହାପାତ୍ର,ଆଇନଙ୍ଗ ବ୍ରଜ କିଶୋର ସେନାପତି,ସମାଜ ସେବୀ ସୁରେଶ ସ୍ବାଇଁ, କୁମୁଦିନୀ ନର୍ସିଂ କଲେଜର ଅଧ୍ୟକ୍ଷ ମନୋରଞ୍ଜନ ପ୍ରଧାନ,ସମ୍ପାଦକ ଦିବାକର ନାୟକ ,ଭିକାରୀ ଚରଣ ସାହୁ ଓ ସଂଯୁକ୍ତା ସେଠୀ ପ୍ରମ୍ମୁଖ ଆଲୋଚନା କରିଥିଲେ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ