ସୂଚନା ଅନୁଯାୟୀ ଆଜି 12ଘଟିକା ସମୟ ରେ ନୟାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ବନ୍ଧୁମିଳନ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି,ଏହି ଅବସର ରେ ମୁଖ୍ୟ ଭାବରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ଶେଖ ଅବଦୁଲ ଆହାଦ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ନୟାଗଡ଼ କୁ ଭଲ ପାଉଥବା ଯୁବ ବର୍ଗ ଙ୍କ ଆହ୍ୱାନ ରେ ତଥା ଦୃଢ଼ ମନା ଯୁବକ ଙ୍କୁ ନେଇ ବିଭିର୍ନ ସମସ୍ୟା ଉପରେ ଆଲୋକ ପାତ କରାଯାଇ ଆଜିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଯାହାକି ନୟାଗଡ଼ ପାଇଁ ମୁଖ୍ୟ ସମସ୍ୟା ନୟାଗଡ଼ ରେ ମେଡିକାଲ କଲେଜ ପ୍ରତିଷ୍ଠା,ଏହାକୁ ନେଇ ଅଦ୍ୟାବଧି ରାଜଧାନୀ ରୁ 80କିମି ଦୂର ରେ ନୟାଗଡ଼ କୁ ରାଜଧାନୀ ର କର୍ଣ କହିଲେ ଅତ୍ୟୁକ୍ତି ହେବନାହିଁ,, 2024ପରେ 1ବର୍ଷ ର ଡବଲ ଇଂଜିନ ସରକାର ଶାସନ କରି ଆସିଛି,

ନୟାଗଡ଼ ଜିଲ୍ଲା ସମସ୍ୟା ଭିତରେ ପଡ଼ିଥିବା ବେଳେ ଜିଲ୍ଲାହେବାର 32ବର୍ଷ ବିତି ଯାଇଥିଲେ ମଧ୍ୟ ଅବହେଳିତ, ନିଷ୍ପେସିତ ଶୀଳ୍ପ ବିହୀନ ଜିଲ୍ଲା ହୋଇ ରହିଛି,ପ୍ରତି ନିର୍ବାଚନ ରେ 4ଜଣ ବିଧାୟକ ନିର୍ବାଚିତ ହୋଇ ବିଧାନ ସଭାଯାନ୍ତି,, 3ଜଣ ସାଂସଦ ଜିଲ୍ଲା ରୁ ଦିଲ୍ଲୀ ପର୍ଯ୍ୟନ୍ତଯାନ୍ତି,ସବୁ ନିର୍ବାଚନରେ ନୟାଗଡ଼ ଜନସାଧାରଣ ରାଜ୍ୟ ସରକାରଙ୍କୁ ଭଲ ଭୋଟ ଦେଇ ଜୟଯୁକ୍ତ କରନ୍ତି କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ନୟାଗଡରେ ସେମିତି କିଛି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନାହିଁ। ନା’ ଏଠାରେ ଅଛି ସ୍ୱାସ୍ଥ୍ୟ ପାଇଁ ମେଡିକାଲ କଲେଜ, ନା ଅଛି ଶିକ୍ଷାର ଉନ୍ନତି ପାଇଁ ବିଶ୍ବବିଦ୍ୟାଳୟ ନା ଏଠାରେ ରହିଅଛି କୌଣସି ଶିଳ୍ପ ସଂସ୍ଥାନ।

ନୟାଗଡ଼ ଆଜି ଅବହେଳିତ ଅବସ୍ଥାରେ ରହିବାରେ ମୂଳ କାରଣ ରହିଅଛି ରାଜନୈତିକ ଇଛାଶକ୍ତିର ଅଭାବ।ନୟାଗଡ଼ ଜିଲ୍ଲାର ଅପହଞ୍ଚ କୁଜାମେଣ୍ଢୀ ଗ୍ରାମ ପଞ୍ଚାୟତ ଠାରୁ ଭୁବନେଶ୍ବର ପର୍ଯନ୍ତ ପ୍ରାୟ 180 କିମି ମଧ୍ୟରେ କୌଣସି ମେଡ଼ିକାଲ କଲେଜ ନଥିବା ବେଳେ ନୟାଗଡ଼ଠାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାର ଅତ୍ୟନ୍ତ ଆବଶ୍ୟକତା ରହିଅଛି।

ଆଜି କିଛି ଦୃଢମନା ଯୁବବନ୍ଧୁଙ୍କ ପ୍ରଚେଷ୍ଟାରେ ନୟାଗଡରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମସ୍ତ ନୟାଗଡ଼ିଆଙ୍କ ସାମ୍ନାକୁ ଆଣି ସେମାନଙ୍କୁ ସଚେତନ କରାଇ ସରକାରଙ୍କ ନିକଟରେ, ଗଣମାଧ୍ୟମ, ଦସ୍ତଖତ ଅଭିଯାନ, ସେଲ୍ଫି ପଏଣ୍ଟ ଓ ସାମାଜିକ ଗଣମାଧ୍ୟମ ଜରିଆରେ ପହଞ୍ଚାଇବା ନିମନ୍ତେ ଏହି ବନ୍ଧୁ ମିଳନ ଓ ସାମ୍ବାଦିକ ସମ୍ମିଳନୀ “ଜୟ ନୟାଗଡ ଫାଉଣ୍ଡେସନ” ଜରିଆରେ ନୟାଗଡ଼ ମାଟି ତରଫରୁ କରାଯାଇଅଛି।ସାମ୍ବାଦିକ ସମ୍ମିଳନୀ ରେ ଯୁବ ବର୍ଗ,, ଯୁବ ସଂଗଠନ ର ସଦସ୍ୟ, ବୁଦ୍ଧିଜୀବୀ, ତଥା ନୟାଗଡ଼ ଜନ ସାଧାରଣ, ଉପସ୍ଥିତ ଥିବା ବେଳେ ସଂଯୋଜକ ଅମ୍ଲାନ ଅଂଶୁମାନ ସାହୁ,, ଶ୍ରୀତମ କୁମାର ପ୍ରଧାନ ଦାବି ଉପସ୍ଥାପନକରି ଧନ୍ୟବାଦ ଅର୍ପଣ କରିସେଲ୍ଫି ପୟଣ୍ଟ ଉଦଘାଟିତ ହୋଇଥିଲା