ମେସିନ ଚାଳକ ମହାସଂଘନୟାଗଡ଼ ଶାଖା ପରିଚାଳନା କମିଟି ପକ୍ଷରୁ, ମଜୁରିଆ ପଲି ଭଇରବି ମନ୍ଦିର ପରିସର ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୁଚନା ଅନୁସାରେ ଆଜି 12ଘଟିକା ସମୟ ରେ ମେସିନ ଚାଳକ ମହାସଂଘନୟାଗଡ଼ ଶାଖା ପକ୍ଷରୁ ଭଇରବି ମନ୍ଦିର ପରିସର ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ରାଜ୍ୟ ସଭାପତି ମୃତ୍ୟୁଞ୍ଜୟ ପରିଡା, ଓ ଉପସଭାପତି ଦେବାଶିଷ ପରିଡା ଯୋଗ ଦେଇ ଜଗନ୍ନାଥ ଙ୍କପାଖରେ ପ୍ରଦୀପପ୍ରଜ୍ବଳନ କରି କାର୍ଯ୍ୟକାରିଣୀ ବୈଠକ କୁ ଉଦଘାଟନ କରିଥିଲେ,, ତତ ସହିତ ସଙ୍ଘ ର ଉର୍ନତି କାମନା କରି ସଙ୍ଘ ର ସଦସ୍ୟ ମାନଙ୍କ ପାଇଁସମସ୍ୟା କିପରି ଦୂର ହୋଇପାରିବ,

ସଦସ୍ୟ ମାନେ କିପରି ଚାଳକ ଭାବେ ସୁବିଧା ସୁଯୋଗ ହାସଲ କରିପାରିବେ ଓ ସଙ୍ଘ କିପରି ସୁଦୃଢ ହୋଇପାରିବ, ସେ ବିଷୟ ନେଇ କାର୍ଯ୍ୟକାରିଣୀ ବୈଠକ ରେ ଆଲୋକ ପାତ କରିଥିଲେ, ଏହି ଅବସରରେ ନୂତନ ଭାବେ ନୟାଗଡ଼ ପରିଚାଳନା କମିଟି ପାଇଁ ସଭାପତି ଓ ଉପସଭାପତି ଚୟନ କରାଯାଇଥିଲା, ଏଥି ସହ ରାଜ୍ୟସଦସ୍ୟ ଉପସ୍ଥିତ ଥିବା ବେଳେ, ନୟାଗଡ଼ ପରିଚାଳନା କମିଟି ର ସଦସ୍ୟ ଉପସ୍ଥିତ ଥିଲେ, ପରିଶେଷରେ ନୟାଗଡ଼ ପରିଚାଳନା କମିଟି ପକ୍ଷରୁ ଧନ୍ୟ ବାଦ ଅର୍ପଣ କରାଯାଇଥିଲା

You might also like