ନୟାଗଡ଼ ପୌର ପରିଷଦ କାର୍ଯ୍ୟା ଳୟ ପକ୍ଷରୁ ବିଭିର୍ନ ରୋଗ ର ନିରାକରଣ ଓନିବାରଣ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି,ସକାଳ ସମୟ ରେ ରାଲି ମୁନିସିପାଲିଟି ଅଫିସ ଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ପୂର୍ତ୍ତ ଡାକ ବଙ୍ଗଳା ଠାରେ ସମାପନ ହୋଇଥିଲା, ସେଠାରେ ଆୟୋଜିତ ସଭାରେ ନିଜ ନିଜ ପରିବାର ପାଇଁ ବର୍ଷା ଦିନେ ପରିମଳ ନିହାତି ସଫା ରଖିବାକୁ ବକ୍ତା ମାନେ ଗୁରୁତ୍ୱାରୋପ କରିଥିଲେ, ମ୍ୟଲେରିଆ ଡେଙ୍ଗୁ,ଡାଇରିଆ,ଭଳି ରୋଗ ର ନିରାକରଣ ପାଇଁ ଅଧିକ ଯତ୍ନବାନ ହେବାକୁ ଦୃଢ଼କ୍ତି ପ୍ରକାଶ କରାଯାଇଥିଲା, ମୁନିସିପାଲିଟି ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଦୀନବନ୍ଧୁ ଗୁରୁ, ମଞ୍ଜୁ ଗୁମାନସିଂ, ରୁଦ୍ରପ୍ରସାଦ ରଥ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼, ବନମାଳୀ ପ୍ରଧାନ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା, ଅଜୟ କୁମାର ବାହିନୀ ପତି, ସମାଜ ସେବୀ ଗଦାଧର ଜେନା, ପ୍ରମୁଖ ରାଲି ରେ ଜନଗଣ ଙ୍କୁ ସଚେତନତା କରାଇଥିଲେ,
ବାଳିକା ଉଚ୍ଚ ବିଦ୍ୟାଳୟ, ଛାତ୍ରୀ ବୃନ୍ଦ, ଏନଏସି ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ଆଶାକର୍ମୀ, ସ୍ଵଛ ସାଥି, ସ୍ଵଛ ସୁପରଭାଇଜର, ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ, ଓମେଡିକାଲ କର୍ମଚାରୀ ସାମିଲ ଥିଲେ, ନିର୍ବାହୀ ଅଧିକାରୀ ସ୍ନେହ ଲତା ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଗରମ ରନ୍ଧା ଖାଦ୍ୟ, ଖାଇବା, ମଶାରୀ ଟାଙ୍ଗୀ ଶୋଇବା, ଘର ଚାରିପାଖେ ଅଳିଆ ଆବର୍ଜନା ମୁକ୍ତ ରଖିବା, ଓସପ୍ତାହ ଧରି ଗୋଟିଏ ଜାଗା ରେ ପାଣି ଜମା ନକରି ନିଜ ପାଇଁ ସତର୍କ ହେବାକୁ ପରାମର୍ଶ ଦିଆ ଯାଇଥିଲା, ଅଧିକ ଲଟି ଉଠିଲେ ସାପ ଲୁଚି ରହିବା, ଭଳି କାର୍ଯ୍ୟ ସମ୍ପର୍କ ରେ ବର୍ଷା ଦିନେ ଯତ୍ନବାନ ହେବାକୁ କୁହା ଯାଇଥିଲା, ଏହି ରାଲି ରେ 300ଜଣ ପ୍ଲା କାର୍ଡ ଧରି ସହର ପରୀକ୍ରମା କରିଥିଲେ