ଯାହାର କେହି ନାହିଁ ତା’ର ପ୍ରଭାସିନୀ ମା’ଅଛନ୍ତି।

ବାପା ମରିଯିବାପରେ ନୟାଗଡ଼ ବ୍ଲକ ବାଲୁଗାଁ ପଞ୍ଚାୟତ ବାଲୁଗାଁ ଚଣ୍ଡିସାହିର ଦାଶରଥି ବେହେରା ଓ ତାଙ୍କ ସ୍ତ୍ରୀ ଶାନ୍ତିଲତା ବେହେରାଙ୍କ ଦୁଇ ପୁଅ। ଦାଶରଥି ବେହେରା ଦୀର୍ଘ ୬ ବର୍ଷ ହେଲା ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସ୍ତ୍ରୀ ଶାନ୍ତିଲତା ବେହେରା ଏକ ମାସ ତଳେ ଦୁଇ ପୁଅଙ୍କୁ ଛାଡ଼ି ଅନ୍ୟତ୍ର ଜଣେ ପୁରୁଷ ସାଙ୍ଗରେ ଚାଲିଯାଇଛନ୍ତି ।

ଦୁଇ ପୁଅ ବେସାହାରା ହୋଇ ଚାରିଆଡେ ଘୁରିବୁଲୁଥିଲେ। ପିଲା ଦୁଇ ଜଣଙ୍କ ଠାରୁ ସମସ୍ତ କଥା ଜାଣିବା ପରେ ଗ୍ରାମବାସୀ ସମାଜସେବୀ ପ୍ରଭାସିନୀ ନନ୍ଦଙ୍କୁ ସୁଚନା ଦେଇଥିଲେ । ପ୍ରଭାସିନୀ ଦୁଇ ପିଲାଙ୍କୁ ନେଇ ସିଡବ୍ଲୁସି ପାଖକୁ ନେଇଥିଲେ। ସିଡବ୍ଲୁସି ନୟାଗଡ଼ କଳା ପରିଷଦ ଶିଶୁ ପରିଚାର୍ଯ୍ୟ ଅନୁଷ୍ଠାନରେ ରହିବା ପାଇଁ ଅନୁମତି ଦେଇଛନ୍ତି ।

You might also like