ରଘୁନାଥଙ୍କ ୨୦୦ କୋଟି ଟଙ୍କାର ଭୁସମ୍ପତ୍ତି ଖାଇଗଲେ ଜମି ମାଫିଆ | ଦେବୋତ୍ତର ଅଧିକାରୀ ଅସହାୟ

ଏନଟି ବ୍ୟୁରୋ-ନୟାଗଡ ଜିଲ୍ଲାର ଓଡଗାଁ ବିଜେ ୬୦ ଦଶକର ପ୍ରଭୁ ଶ୍ରୀ ରାମଚନ୍ଦ୍ର,ଲକ୍ଷ୍ମଣ, ସୀତାଦେବୀଙ୍କ ତ୍ରିମୁର୍ତ୍ତିଙ୍କୁ ନୟାଗଡ ରାଜବଂଶ ସ୍ଥାପନା କରି ଭଗବାନଙ୍କ ପାରମ୍ପରିକ ରିତିନୀତି ପାଇଁ ଶହଶହ ଏକର ଭୁସମ୍ପତ୍ତି ଖଞ୍ଜା କରି ଠାକୁରଙ୍କ ପୂଜାନୀତି ସମାପନ ହେଇ ଆସୁଅଛି l ବର୍ତମାନ ଏହି କୀର୍ତ୍ତିରାଜି ରାଜ୍ୟ ଦେବୋତ୍ତର ପରିଚାଳନା ଧିନ ରହିଛି l ରାଜାରାଜୁଡା ଅମଳରୁ ପ୍ରତିଷ୍ଠିତ ଏହି ମୂଲ୍ୟବାନ ଭୁସମ୍ପତ୍ତି ଏବେ ପ୍ରାୟ ୫୦୦ କୋଟି ରୁ ଉର୍ଦ୍ଧ ଆକଳନ କରାଯାଉଛି l ଏଥିରୁ ପ୍ରାୟ ୨୦୦ କୋଟି ଟଙ୍କାର ମୂଲ୍ୟବାନ ଜମିକୁ ମାଫିଆ ମାନେ ନିଜନିଜ ଦଖଲରେ ରଖିଥିବା ପ୍ରଶାସନ ଜାଣୁଥିଲେ ମଧ୍ୟ ହାତଵାନ୍ଧି ବସିଛନ୍ତି l

ଓଡଗାଁ ଅଞ୍ଚଳର ରାଜନୈତିକ ନେତାଙ୍କ ସହଯୋଗୀ ମାନେ ମିଶି ଗୋଶାଳା ନାଁରେ ଓଡଗାଁ ଦଲକ ସନ୍ତୋଷୀ ମା ମନ୍ଦିର ତୋଟା ପାଖ ଜମି, ଦଲକ ସାହିରେ ଏକେରେ ଜମିରେ ପକ୍କାଘର, ଜlରିଙ୍ଗି ପଥରଖାତରେ ୩ ଏକର ଜମି, ଆଖୁପଦର ଟାଙ୍ଗିଆସାହି ରାସ୍ତାପାର୍ଶ୍ୱରେ ତିନି ଏକର ଜମି, ଓଡିଶା ଆଦର୍ଶ ବିଦ୍ୟାଳୟ ପାଖରେ ତିନି ଏକର ଜମି, ବାହାଡାପିଠା ଠାରେ ଅଧ ଏକର ଜମି, ଛାମୁସାହି ଗାଁ ମୁଣ୍ଡ ଜମି, ଏହି ସବୁ ଜମି ଓଡଗାଁ ଏନଏସି ଭିତରେ ଆସୁଥିବାରୁ ଏହାର ଏକର ପିଛା ପ୍ରାୟ ଚାରିକୋଟି ଟଙ୍କା ରହିଥିବା ଜଣାଯାଇଛି l ସେହିପରି ଓଡଗାଁ ଭଞ୍ଜନଗର ରାଜପଥ ପାର୍ଶ୍ଵରେ କୋମଣ୍ଡ ମୌଜାରେ ଦୁଇ ଏକର ଜମି ହଡପ ହୋଇଥିବା ଜଣାଯାଇଛି l

ଗୟଳସିଂ ମନ୍ଦିର ନିକଟସ୍ଥ ରଘୁନାଥଙ୍କ ପ୍ରାୟ ପାଞ୍ଚକୋଟି ଟଙ୍କାର ମୂଲ୍ୟଵାନ ଜମିକୁ ମାଲିମୋକଦ୍ଦମା ଭୟ ଦେଖାଇ ରାଜନୈତିକ ପ୍ରଭାବରେ ଜବରଦଖଲ କରି କିଛି ଜମିମାଫିଆ ନିଜ ନାମରେ କରାଇନେଵା ପାଇଁ ମସୁଧା ଚଳାଇଛନ୍ତି lରଘୁନାଥ ଜୀଉଙ୍କ ସମ୍ପତ୍ତିତାଲିକାକୁ ସାର୍ବଜନୀନ କରାଯାଇ ଜମିମାଫିଆଙ୍କ କବଳରେ ପ୍ରାୟ ୨୦୦ କୋଟି ଟଙ୍କାର ମୂଲ୍ୟବାନ ଜମି ଗୁଡିକୁ ବେଦଖଲ କରାଯାଇ ଠାକୁରଙ୍କ ଅଧୀନକୁ ଫେରାଇ ଆଣିବା ପାଇଁ ରାଜ୍ୟ ଦେବୋତ୍ତର ଅଯୁକ୍ତଙ୍କୁ ଜିଲ୍ଲାର ବହୁ ରଘୁନାଥ ଭକ୍ତ ଦାବୀ କରିଛନ୍ତି l ରଘୁନାଥ ଜୀଉଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଖୁବଶୀଘ୍ର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟିକୁ ନିଆଯିବ ବୋଲି ବହୁ ବୁଦ୍ଧିଜୀବୀ କହିଛନ୍ତି

You might also like
Leave a comment