ରଘୁନାଥ ଜୀଉ ଡିଗ୍ରୀ କଲେଜରେ, ଲକ୍ଷ ଲକ୍ଷ ଟଙ୍କା ହେରଫେର ନେଇ ହୋଇଥିଲା ଅଭିଯୋଗ ।

ନୟାଗଡ଼ ଜିଲ୍ଲା ଗଣିଆରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କିଛି କୁଜିନେତା କଲେଜକୁ ଆସିଥିବା ଟଙ୍କାକୁ ଆତ୍ମସାତ୍ କରିଥିବା ଅଭିଯୋଗ ହେବା ପରେ ତତ୍ପରତା ଦେଖାଇଛନ୍ତି ବିଭାଗୀୟ ଅଧିକାରୀ । ଏହାର ତଦନ୍ତ କରିବାକୁ ଦୁଇ ଜଣ ଅଧିକାରୀ ପ୍ରଦୀପ କୁମାର ସାହୁ ଏବଂ ବିକାଶ ରଞ୍ଜନ ବିଶୋଇ ଗୁରୁବାର ଗଣିଆ କଲେଜ ପରିସରରେ ପହଞ୍ଚି ଥିଲେ । ଏହି ଅଡିଟ ୨୩ ତାରିଖ ଭିତରେ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ୨୦୧୯-୨୦ ରୁ ୨୦୨୩-୨୪ ପର୍ଯ୍ୟନ୍ତ କଲେଜର ଉନ୍ନତି କରଣ ପାଇଁ ଆସିଥିବା ସମସ୍ତ ଅନୁଦାନ ସମ୍ପର୍କରେ ତଦନ୍ତ ହେବ ବୋଲି ଜଣାପଡିଛି । ତେବେ ତଦନ୍ତ ଚାଲୁ ଥିବାରୁ ଏ ସମ୍ପର୍କରେ କୈାଣସି ମତାମତ ରଖିବାକୁ ତଦନ୍ତକାରୀ ଅଧିକାରୀ ମାନେ ମନା କରିଛନ୍ତି ।

ଅଡିଟ ଖବର ଶୁଣିବା ପରେ କିଛି କୁଜି ନେତା ଆଉ କିଛି କଲେଜ କତୃପକ୍ଷଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି । ତେବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା ଅଡିଟକୁ ଆସିଥିବା ଅଧିକାରୀଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ଗୁରୁବାର ସଂଧ୍ୟା ପର୍ଯ୍ୟନ୍ତ କଲେଜ ପରିସରରେ ଅଧିକାରୀ ମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହିତ କଲେଜ କତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି । କିଛି ରାଜ ନେତା ଙ୍କୁ ହାତ କରି ମନ ଇଚ୍ଛା ଭାଉଚର କରି କଲେଜ ର ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଛନ୍ତି ବିଶେଷ କରି ପରିଚାଳନା କମିଟି ସଭାପତି ଙ୍କୁ ହାତ ବାରିଷି କରି ଛାତ୍ର ଛାତ୍ରୀ ଙ୍କ ଅର୍ଥ ଓ ସରକାରି ଅର୍ଥ ହଡପ କରିଛନ୍ତି ବୋଲି ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳ ରେ ହଇଚଇ ସୃଷ୍ଟି ହୋଇଛି ।

You might also like