ରଣପୁର ଠାରେ କୃଷକ ସଭା ର ୨୫ ତମ ରାଜ୍ୟ ସମ୍ମିଳନୀ ର ଖୋଲା ଅଧିବେଶନ

ଅଖିଳ ଭାରତ କିଷାନ ସଂଘ (AIKS ) ର ସହବନ୍ଧିତ ଓଡ଼ିଶା ଶାଖା ” ଓଡ଼ିଶା କୃଷକ ସଭା” ର ୨୫ ତମ ରାଜ୍ୟ ସମ୍ମିଳନୀ ର ଖୋଲା ଅଧିବେଶନ ସାଥୀ ଜମ୍ବେଶ୍ଵର ସାମନ୍ତରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଥିବା ୧୨ ଘଟିକା ସମୟରେ କୃଷକ ମାନଙ୍କ ର ଏକ ଶୋଭାଯାତ୍ରା ରଣପୁର ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ବଜାର ପରିକ୍ରମା କରି ପଞ୍ଚୁଦୋଳ ପଡ଼ିଆ ରେ ଥିଵା ସହିଦ୍ ରଘୁ ଦିବାକର ଙ୍କ ପ୍ରତି ମୂର୍ତ୍ତି ରେ କେନ୍ଦ୍ର ଓ ରାଜ୍ୟ ନେତା ପୁଷ୍ପମାଲ୍ୟ। ଦେଇଥିଲେ । ପଞ୍ଚୁଦୋଳ ପଡ଼ିଆ ରେ ଅନୁଷ୍ଠିତ ଖୋଲା ଅଧିବେଶନ ରେ ସଞ୍ଜୁକ୍ତ କିଷାନ ମୋର୍ଚ୍ଚା ର ସର୍ବ ଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ହାନାନ୍ ମୋଲ୍ଲା କେନ୍ଦ୍ର ସରକାର ଙ୍କ ଚାଷୀ ବିରୋଧୀ ନୀତି ର ତୀବ୍ର ସମାଲୋଚନା କରିଥିଲେ। ମୋଦୀ ସରକାର ର ନିର୍ବାଚନ ବେଳର ପ୍ରତିଶ୍ରୁତି ଆଜି ପ୍ରତାରଣା ରେ ପରିଣତ ହୋଇ ଥିଲା ବେଳେ ଚାଷୀ ଆନ୍ଦୋଳନ ବେଳେ ଦେଇଥିବା ପ୍ରତିଶ୍ରୁତି ମଧ୍ଯ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ। ଲୋକଙ୍କୁ ଭୂୟାଁ ବୁଲାଇ ମୋଦୀ ମନକି ବାତର ଏକ ମିଥ୍ୟା ପ୍ରହସନ ସହ ସାମ୍ପ୍ରଦାୟିକ ଓ ଜାତିଗତ ହିଂସା ସୃଷ୍ଟି କରି ବିଭେଦ ରାଜନୀତି କରି ଚାଲିଛନ୍ତି ବୋଲି କହିଥିଲେ। କୃଷକ ଆଜି ସଙ୍କଟ ଜର୍ଜରିତ ଅବସ୍ଥାରେ ଥିଲାରୁ ଶ୍ରୀ ମୋଲା ଉଦବେଗ ପ୍ରକାଶ କରିଥିଲ। ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଓ ରାଜ୍ୟ ସଭାପତି ଜମ୍ବେଶ୍ଵର ସାମନ୍ତରାୟ ସମ୍ମିଳନୀ ଆଲୋଚନା ହେବାକୁ ଥିବା କୃଷକ ସମସ୍ୟା ଓ ତାର ସମାଧାନ, ଭାଗଚାଷୀ ଆଇନ୍, ଚାଷୀ ଫସଲ ର ଲାଭଜନକ ଦର , କୃଷି ଋଣ ଛାଡ଼,ସାର ଓ କୀଟନାଶକ ଔଷଧ ରିହାତି ଦର ଆଦି ଉପରେ ନିଷ୍ପତି ନିଆ ଯାଇ ବ୍ୟାପକ ଚାଷୀ ଆନ୍ଦୋଳନ କରିବାକୁ ଖସଡ଼ା ପ୍ରସ୍ତୁତ ହେବ ବୋଲି ଆହ୍ବାନ ଦେଇଥିଲେ।ଆମ ରାଜ୍ୟ ର ଡବଲ ଇଞ୍ଜିନି ମୋହନ ମାଝି ସରକାର ମଧ୍ୟ ୩୦୦ ୟୁନିଟ୍ ବିଦ୍ୟୁତ ଛାଡ଼,୩୫୦୦ ଭତ୍ତା ଓ ଦରଦାମ ନିୟନ୍ତ୍ରଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇ ସବୁ ନୂଆ ଯୋଜନା କରିବା ପରିବର୍ତ୍ତେ ପୁରୁଣା ଯୋଜନା ଗୁଡିକ ବନ୍ଦ କରିବା ପାଇଁ ଷଡ଼ ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ଚାଷି ଓ ଚାଷକୁ ରକ୍ଷା କରିବା ପାଇଁ ସମଗ୍ର ଚାଷି ପରିବାର ଦୃଢ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ରେ ତିନି କଳ ତୁରନ୍ତ ଖୋଲିବା, ବୃତ୍ତଙ୍ଗ ଯୋଜନା କାର୍ଯ୍ୟକାରୀ କରିବା ଓ ଚାଷି ଜମି କୁ ଜଳ ସେଚନ ର ଜରୁରୀ ବ୍ୟବସ୍ଥା ଦାବୀ ରେ ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ଵାନ ଦେଇଥିଲା ବେଳେ ସମ୍ମିଳନୀ ଭବିଷ୍ୟତ କାର୍ଯ୍ୟ ପ୍ରସ୍ତାବ କୁ କାର୍ଯ୍ୟକାରୀ କରିବାକୁ ସମ୍ମିଳନୀ ତରଫରୁ ଆହ୍ଵାନ ଦିଆ ଯାଇ ଥିଲା। ଏହି ସମ୍ମିଳନୀ ଅନୁଷ୍ଠିତ କରିବାରେ ସହଯୋଗ କରି ଥିବାରୁ ରଣପୁର ବାସୀ ଙ୍କୁ ସଂଗଠନ ତରଫରୁ ଧନ୍ୟବାଦ ଦିଆଯାଇଛି। ପ୍ରତିନିଧି ସମ୍ମିଳନୀ ମନିନାଗ ମଣ୍ଡପ ରେ ତିନିଦିନ ଚାଲିଵା ସହ ନୂତନ ରାଜ୍ୟ କମିଟି ଗଠନ କରାଯିବ ବୋଲି ବକ୍ତା ମାନେ କହିଥିଲେ। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ସଭାପତି ହରିଶ୍ଚନ୍ଦ୍ର ମିଶ୍ର, ବିଶ୍ଵନାଥ ମହାପାତ୍ର,ଜିଲ୍ଲା ସଂପାଦକ ପବିତ୍ର ଇନ୍ଦ୍ରଜିତ, ନିତ୍ୟାନନ୍ଦ ପରିଡ଼ା,ସୁରେଶ ସ୍ବାଇଁ, ସୁଶାସନ ଜେନା, ଗୟାଧର ଧଳ, ଅଭିରାମ ବେହେରା, ହରେକୃଷ୍ଣ ରେଡ଼ି, ବିକାଶ ନାଥ, ଭୀମସେନ ସ୍ବାଇଁ, ମିନାରାଣୀ ପ୍ରଧାନ, ବିକାଶ ନାଥ ଓ ଗଦାଧର ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇଥିଲେ,

You might also like