ରଣପୁର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ପାଇଁ ତହସିଲ ସମ୍ମୁଖରେ ସି ପି ଆଇ (ଏମ୍) ଗଣ ବିକ୍ଷୋଭ।

ରଣପୁର ବ୍ଳକରେ ଧାରା ବାହିକ ବର୍ଷାର ଅଭାବ ସାଙ୍ଗକୁ ନଦୀ ଓ ବନ୍ଧ ଗୁଡିକର ପାଣି ନ ଥିବାରୁ ସାରା ରଣପୁର ଅଞ୍ଚଳରେ ମରୁଡି ସଙ୍କଟ ଘନେଇବାରେ ଲାଗିଛି। ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ମରୁଡି ସଙ୍କଟ ସହି ନ ପାରି ଜଣେ ଚାଷୀ ଆତ୍ମ ହତ୍ୟା କରିଛି।ଏଥିପାଇଁ ସ୍ଥାନୀୟ ପ୍ରଶାସନ ନିଷ୍କ୍ରିୟ ଥିଲାବେଳେ ସରକାର ଗହମ ନିଦ୍ରାରେ ଶୋଇଛନ୍ତି। ଚାଷୀଙ୍କ ଏହି ସଙ୍କଟ ରେ ପ୍ରଶାସନ ର ନିସ୍କ୍ରିୟତର ପ୍ରତିବାଦ କରି ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ରଣପୁର ଆଞ୍ଚଳିକ କମିଟି ତରଫରୁ ଦିନ ୧୨ଟାରେ ଶତାଧିକ ଚାଷୀଙ୍କ ଏକ ଶୋଭାଯାତ୍ରା ରଣପୁର ପଞ୍ଚୁ ଦୋଳ ପଡିଆ ଠାରୁ ବାହାରି ରଣପୁର ବଜ଼ାର ପରିକ୍ରମା କରି ରଣପୁର ତହସିଲି ସମ୍ମୁଖରେ ଚାଷୀଙ୍କ ଗଣ ବିକ୍ଷୋଭ ସଙ୍ଗଠିତ ହୋଇ ଥିଲା।

ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତା ମାନେ ଚାଷୀଙ୍କ ଏହି ସଙ୍କଟ ସମୟରେ ଭୋଟ ବିକଳରେ କେନ୍ଦ୍ର ଶାସନରେ ଥିବା ବିଜେପି ଦଳ ଅଯଥା ରେ ମୋ ମାଟି ମୋ ଦେଶ କହି ଯାତ୍ରା କରୁଥିଲାବେ ବିଜେଡି ଜନ ସମ୍ପର୍କ ଯାତ୍ରାର ପ୍ରହସନ କରି ଉଭୟ ଦଳ ରଣପୁରର ଚାଷୀଙ୍କ ମରୁଡି ସମସ୍ୟା ପ୍ରତି ଅଣଦେଖା କରିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରି ଥିଲେ। ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ତୁରନ୍ତ ଗୁରୁତ୍ୱ ଦେଇ ସରକାରଙ୍କ ଦୃଷ୍ଟିକୁ ନେଇ ରଣପୁର ବ୍ଲକକୁ ତୁରନ୍ତ ମରୁଡି ଘୋଷଣା କରିବା,ମୃତ ଚାଷୀ ଗୋବିନ୍ଦ ସାହୁ ଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା,ସମସ୍ତ ଚାଷୀଙ୍କ ଚାଷୀ ଋଣ ଛାଡ କରିବା,ମରୁଡି ପରିପ୍ରେକ୍ଷୀରେ ଲୋକଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ବର୍ଷକୁ ୨୦୦ଦିନ କାର୍ଯ୍ୟ ୬୦୦ ଟଙ୍କା ଦୈନିକ ମଜୁରୀ ସରକାର ଯୋଗାଇ ଦେବା ସହ ମରୁଡ଼ିର ସ୍ଥାୟୀ ପ୍ରତିକାର କରିବା ପାଇଁ ଅଚଳ ଲିପିଟି ପମ୍ପ କୁ ତୁରନ୍ତ ମରାମତି କରିବା,ଗଭୀର ବୋର ଓଏଲ ଖନନ କରିବା ,କ୍ଷୁଦ୍ର ଜଳ ସେଚନ ଅଧିନ ରେ ଥିବା ଭେଟବର ବନ୍ଧ ସମେତ ସମସ୍ତ ବନ୍ଧ ଗୁଡିକ ଖନନ କରି କେନାଲ ଗୁଡିକ ମରାମତି କରିବା ଓ ବୃତ୍ତଙ୍ଗ ଯୋଜନା ତୁରନ୍ତ ଜାର୍ଯ୍ୟକାରୀ କରିବାକୁ ବକ୍ତା ମାନେ ଦୃଢ଼ ଦାବୀ କରିଥିଲେ।

ଚାଷୀ ମାନେ ଆଣିଥିବା ମଲା ଧାନକୁ ଦେଖାଇ ବିକ୍ଷୋଭ କରିବା ସହ ପ୍ରଶାସନ ଟିକେ ଜରୁରୀ ଦୃଷ୍ଟି ଦେବାକୁ ଦାବୀ କରିଥିଲେ।ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ତହସିଲଦାର ଙ୍କୁ ଭେଟି ୭ଦଫା ଦାବୀ ଗୁଡିକ ଆଲୋଚନା କରିବାରେ ଆସନ୍ତା ୭ ଦିନ ମଧ୍ୟରେ ପାର୍ଟିର ତଥ୍ୟ ସଂଗ୍ରହ କରି ପ୍ରତିନିଧି ମଣ୍ଡଳୀ ଙ୍କୁ ନିମନ୍ତ୍ରଣ କରି ପୂର୍ଣ୍ଣ ଆଲୋଚନା କରିବା ପରେ ମରୁଡି ଘୋଷଣା ପାଇଁ ପଦକ୍ଷେପ ନେବେ ବୋଲି ଆନ୍ଦୋଳନ ରତ ଚାଷୀ ମାନଙ୍କ ସମ୍ମୁଖରେ ପ୍ରତିଶୃତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଏହି ବିକ୍ଷୋଭ ସମାବେଶରେ ବରିଷ୍ଟ ସିପିଆଇ (ଏମ୍) ନେତା ହରିଶ୍ଚନ୍ଦ୍ର ମିଶ୍ର, ଆଞ୍ଚଳିକ କମିଟି ସମ୍ପାଦକ ସୁରେଶ ସ୍ବାଇଁ,ଦୁଃଶାସନ ଜେନା,ସାବ୍ୟସାଚୀ ସେନାପତି,ଗଦାଧର ପ୍ରଧାନ,ସୁଶୀଲ ମହାନ୍ତି,ଭିକାରୀ ଚରଣ ସାହୁ,କୁଳମଣି ପଲେଇ, ବିଜୟ ଜେନା,ପବିତ୍ର ପ୍ରଧାନ,ମନୋଜ ଲଷ୍ମୀଧର ଲେଙ୍କା,ଅନାମ ଦାସ, ଓ ଜ୍ୟୋସ୍ନା ରାଣୀ ନାୟକ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

You might also like